ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବଦାୟୁଁରେ ଦେଖିବାକୁ ମିଳିଛି ପୋଲିସର ଦାଦାଗିରି । ନିୟମିତ ଗାଡି ଚେକିଂ ସମୟରେ ଲୋକଙ୍କୁ ବନ୍ଧୁକ ଦେଖାଉଛନ୍ତି ପୋଲିସ କର୍ମୀ । ଗନ ପଏଣ୍ଟରେ ଚାଲିଛି ଗାଡି ଚେକିଂ । ଚେକିଂ ସମୟର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କିଛି ପୋଲିସ କର୍ମୀ ନିୟମିତ ଚେକିଂ ସମୟରେ ଲୋକଙ୍କୁ ବନ୍ଧୁକ ଦେଖାଇ ଡରାଇବାକୁ ଚେଷ୍ଟା କରୁଛନ୍ତି ।
ବନ୍ଧୁକ ମୁନରେ ଚାଲିଛି ଗାଡି ଚେକିଂ - badaun
ଉତ୍ତର ପ୍ରଦେଶର ବଦାୟୁଁରେ ନିୟମିତ ଗାଡି ଚେକିଂ ସମୟରେ ଲୋକଙ୍କୁ ବନ୍ଧୁକ ଦେଖାଉଛନ୍ତି ପୋଲିସ କର୍ମୀ । ଗନ ପଏଣ୍ଟରେ ଚାଲିଛି ଗାଡି ଚେକିଂ ।

ଫଟୋ ସୌଜନ୍ୟ: ଟ୍ବିଟର@ANI
ଭିଡିଓ ସୌଜନ୍ୟ: ଟ୍ବିଟର@ANI
ଘଟଣାଟି ଉତ୍ତର ପ୍ରଦେଶ ବଦାୟୁଁ ୱଜିରଗଞ୍ଜର । ଭିଡିଓରେ ଦେଖିବାକୁ ମିଳୁଛି ଯେ, ନିୟମିତ ଚେକିଂ ସମୟରେ ବାଇକ ଆରୋହୀଙ୍କୁ ଗନ ପଏଣ୍ଟରେ ହାତ ଉପରରୁ ଟେକିବାକୁ କହି ଭୟଭୀତ କରୁଛନ୍ତି ପୋଲିସକର୍ମୀ । ସେପଟେ ଅନ୍ୟ ପୋଲିସ କର୍ମୀ ବାଇକ ଏବଂ ବାଇକରେ ଥିବା ବ୍ୟକ୍ତିଙ୍କର ତଲାସି ନେଉଛନ୍ତି । ତେବେ ଗନ ପଏଣ୍ଟରେ ଥିବା ପୋଲିସ ସେମାନଙ୍କ ଉପରେ ଗୁଳି ଚଳାଇବାର ଧମକ ମଧ୍ୟ ଦେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ।
ସେପଟେ ଏହି ଭିଡିଓ ଭାଇରାଲ ହେବାପରେ ଏନେଇ ସ୍ପଷ୍ଟିକରଣ ଦେଇଛନ୍ତି ବଦାୟୁଁର ଏସଏସପି । ଏହା ଚୋରଙ୍କୁ ଧରିବାର ଏକ ନୂଆ ପଦ୍ଧତି ବୋଲି ସେ କହିଛନ୍ତି ।