ହରିଦ୍ବାର: ସାଧ୍ବୀ ପଦ୍ମାବତୀଙ୍କୁ ଅନଶନରୁ ଉଠାଇନେଲା ପୋଲିସ। ଦୀର୍ଘ ଦିନ ଧରି ଗଙ୍ଗା ସଫେଇ ପାଇଁ ସେ ଆମରଣ ଅନଶନରେ ମୌତ୍ରୀ ସଦନରେ ବସିଥିଲେ। ହେଲେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଧିରେ ଧିରେ ବିଗିଡିବାରେ ଲାଗିଥିଲା। ଏନେଇ ଗତକାଲି ରାତିରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ଡୁନ ମେଡିକାଲରେ ଭର୍ତ୍ତି କରାଯାଇଛି।
ସାଧ୍ବୀ ପଦ୍ମାବତୀ ଦୀର୍ଘ 47 ଦିନ ଧରି ଆମରଣ ଅନଶନରେ ବସିଛନ୍ତି। ସିଏଓଙ୍କ ଦ୍ବାରା ପ୍ରସାରିତ ହେଉଥିବା ସାଧ୍ବୀଙ୍କ ହେଲଥ୍ ବୁଲେଟିନ ଦେଖିବା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଥିଲା ।
ସାଧ୍ବୀ ପଦ୍ମାବତୀଙ୍କୁ ଅନଶନରୁ ଉଠାଇ ନେଲା ପୋଲିସ, ସ୍ବାସ୍ଥ୍ୟବସ୍ଥାର ଚାଲିଛି ଅନୁଧ୍ଯ୍ୟାନ ଖବର ଥାଉକି, ଏହା ପୂର୍ବରୁ ପ୍ରଶାସନ ସାଧ୍ବୀ ପ୍ରଜ୍ଞାଙ୍କୁ ଅନଶନରୁ ଓହରିଯିବାକୁ ଅନୁରୋଧ କରିଥିଲା। ହେଲେ ସେ ଏହାକୁ ଭ୍ରୁକ୍ଷେପ ନକରି ଅନଶନ ଜାରି ରଖିଥିଲେ। ଯାହାଫଳରେ ଜୋର ଜବରଦସ୍ତ ତାଙ୍କୁ ଅନଶନରୁ ଉଠାଯାଇଛି। କିଛିଦିନ ତଳେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଜଳ ସମ୍ପଦ ମନ୍ତ୍ରୀ ସଞ୍ଜୟ ଝା ଓ ସାଂସଦ କୌଶଳେନ୍ଦ୍ର କୁମାରଙ୍କୁ ହରିଦ୍ବାର ପଠାଇଥିଲେ ।
ଏହି ସମୟରେ ଉତ୍ତରପ୍ରଦେଶ ପୋଲିସ ହରିଦ୍ବାରରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାର୍ତ୍ତା ସାଧ୍ବୀଙ୍କୁ ଦେଇଥିଲେ ବି ସେ ଉଠିବାକୁ ଅରାଜି ହେଲେ। ବର୍ତ୍ତମାନ ସ୍ବାସ୍ଥ୍ୟ ବିଭାଗ ସାଧ୍ବୀଙ୍କ ଶରୀରର ଭଲମନ୍ଦ ବୁଝୁଛି।