ଓଡିଶା

odisha

By

Published : Feb 12, 2019, 11:23 AM IST

ETV Bharat / bharat

ସୁନା ବିସ୍କୁଟ ଚୋରି କରି ପୋଲିସ ବାବୁ ଫେରାର

ସୁନା ବିସ୍କୁଟ ଚୋରି କରି ଦୁଇ ପୋଲିସ ଅଧିକାରୀ ଫେରାର। ପ୍ରାୟ ୩ କୋଟି ମୁଲ୍ୟର ୬୦ ସୁନା ବିସ୍କୁଟ ଚୋରି ହୋଇଥିବା ନେଇ ପୋଲିସ କମଶନର ଦିପକ କୁମାର ସୂଚନା ଦେଇଛନ୍ତି ।

ପ୍ରତାକାତ୍ମକ ଫଟୋ

ଗୌହାଟି:ପ୍ରାୟ 3 କୋଟି ଟଙ୍କାର ସୁନାର ବିସ୍କୁଟ ଚୋରି କରି ଦୁଇ ପୋଲିସ କର୍ମଚାରୀ ଫେରାର। ସବୁଠାରୁ ତାଜୁବ କରିବା ଭଳି କଥା ହେଉଛି ଏହି ଅଭିଯୋଗ ଆଣିଛନ୍ତି ଖୋଦ ସୁନା ଚୋରି କରିଥିବା ଯୁବକ।

ପୋଲିସ କମିଶନର ଦୀପକ କୁମାରଙ୍କ କହିବାନୁଯାୟୀ ଗତ ଜାନୁଆରୀ ୧୫ ତାରିଖରେ ପୋଲିସ ସୁନା ଜବତ କରିବା ସହିତ ଜଣେ ଯୁବକଙ୍କୁ ଗିରଫ କରିଥିଲେ । ସୁନାକୁ ଜବତ କରିବା ପରେ ତାକୁ ମାଲଖାନାରେ ଜମା କରିବା ବଦଳରେ ନିଜ ପାଖରେ ରଖି ଦେଇଥିଲା ପୋଲିସ। ସୁନା ଚାଲାଣକାରୀଙ୍କୁ ଏ ସମ୍ପର୍କରେ ଜଣାପଡିବା ପରେ ଫେବୃୟାରୀ ୪ ତାରିଖରେ ସେମାନେ ପୋଲିସ ଆଗରେ ସବୁ ସତ ଜଣାଇଥିଲେ।

ଚୋରା ଚାଲଣକାରୀଙ୍କୁ କୋର୍ଟରେ ହାଜର କରି ପୋଲିସ ତାର ବୟାନ ରେକର୍ଡ କରିବା ପରଠାରୁ ସମ୍ପୃକ୍ତ ଅଧିକାରୀ ଫେରାର ହୋଇଯାଇଛନ୍ତି। ପୋଲିସ ସେମାନାଙ୍କ ବିରୋଧରେ ମାମଲା ଦାୟର କରିବା ସହ ସେମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ।

ABOUT THE AUTHOR

...view details