ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ବାରାମୁଳା ଜିଲ୍ଲାର ସୋପରରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳିବିନିମୟ । ଏନକାଉଣ୍ଟରରେ ଜଣେ ସ୍ବତନ୍ତ୍ର ପୋଲିସ କର୍ମୀ(ଏସପିଓ) ଶହୀଦ ହୋଇଥିବା ନେଇ ସୂଚନା ମିଳିଛି । ଏହାସହ ଘଟଣାରେ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ସୁରକ୍ଷାକର୍ମୀ ଘେରାଉ କରିନେଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଅପରେସନ ଜାରି ରହିଛି ।
ବାରାମୁଳାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ: ଏସପିଓ ଶହୀଦ - ବାରାମୁଳାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ
ବାରାମୁଳା ଜିଲ୍ଲାର ସୋପରରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀଙ୍କ ମଧ୍ୟରେ ଗୁଳିବିନିମୟ । ଜଣେ ସ୍ବତନ୍ତ୍ର ପୋଲିସ କର୍ମୀ(ଏସପିଓ) ଶହୀଦ ହୋଇଥିବା ନେଇ ସୂଚନା । ଅଧିକ ପଢନ୍ତୁ...
ବାରାମୁଳାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ଜଣେ ଏସପିଓ ଶହୀଦ
ଅନ୍ୟପକ୍ଷେ ବଡଗାମରେ ବି ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଆତଙ୍କବାଦୀଙ୍କୁ ଧରିବା ପାଇଁ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଏହି ଏନକାଉଣ୍ଟରରେ ବର୍ତ୍ତମାନ ପର୍ଯ୍ୟନ୍ତ କାହାର ମୃତାହତ ନେଇ ସୂଚନା ମିଳିନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ