ମୁମ୍ବାଇ: ମହାରାଷ୍ଟ୍ରର ଗଡଚିରୋଲିରେ ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାମୁହିଁ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ 5 ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ତେବେ ବର୍ତ୍ତମାନ ଘଟଣାରେ ଜାରି ରହିଛି ସର୍ଚ ଅପରେସନ ।
ଗଡଚିରୋଲିରେ ସୁରକ୍ଷାକର୍ମୀଙ୍କ ଗୁଳିରେ 5 ମାଓବାଦୀ ମୃତ - ଗଡଚିରୋଲି ଗୁଳିବିନିମୟ
ମହାରାଷ୍ଟ୍ରର ଗଡଚିରୋଲିରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ । 5 ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...
![ଗଡଚିରୋଲିରେ ସୁରକ୍ଷାକର୍ମୀଙ୍କ ଗୁଳିରେ 5 ମାଓବାଦୀ ମୃତ ଗଡଚିରୋଲିରେ ସୁରକ୍ଷାକର୍ମୀଙ୍କ ଗୁଳିରେ 5 ମାଓବାଦୀ ମୃତ](https://etvbharatimages.akamaized.net/etvbharat/prod-images/768-512-9224274-thumbnail-3x2-hh.jpg)
ଗଡଚିରୋଲିରେ ସୁରକ୍ଷାକର୍ମୀଙ୍କ ଗୁଳିରେ 5 ମାଓବାଦୀ ମୃତ
ଗଡଚିରୋଲିର ମାଓ ଅପରେସନରେ ସାମିଲ ଥିଲେ 60 ଯବାନ । ଏହି ସମୟରେ ଉଭୟପକ୍ଷରୁ ଆରମ୍ଭ ହୋଇଥିଲା ଗୁଳିବିନିମୟ । ଏନକାଉଣ୍ଟରରେ 5 ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି ।
ରବିବାର ଅପରାହ୍ନ 4ଟାରୁ 5ଟା ମଧ୍ୟରେ କୋସାମି-କିସ୍ନେଲି ଜଙ୍ଗଲ ଅଞ୍ଚଳରେ ଏହି ଘଟଣା ଘଟିଛି । ମୃତ ମାଓବାଦୀଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଏବଂ ତିନି ଜଣ ମହିଳା ଥିବା କୁହାଯାଉଛି ।