ଓଡିଶା

odisha

ETV Bharat / bharat

ମହିଳା ଓ ବରିଷ୍ଠ ନାଗରିକଙ୍କୁ ମାଗଣା କ୍ୟାବ ସେବା ଯୋଗାଇବ ପୋଲିସ

କୋରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ ଲକ୍ ଡାଉନ୍ ବେଳେ ଦିଲ୍ଲୀ ପୋଲିସ ବରିଷ୍ଠ ନାଗରିକ ଏବଂ ମହିଳାଙ୍କ ପାଇଁ ମାଗଣା କ୍ୟାବ ସେବା ଆରମ୍ଭ କରିଛି ।

Police in Delhi's Dwarka launch free cab
ମହିଳା ଓ ବରିଷ୍ଠ ନାଗରିକଙ୍କୁ ମାଗଣା କ୍ୟାବ ସେବା

By

Published : Apr 13, 2020, 2:55 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ବିସ୍ତାରକୁ ରୋକିବା ପାଇଁ ଲକ୍ ଡାଉନ୍ ବେଳେ ଦିଲ୍ଲୀ ପୋଲିସ ବରିଷ୍ଠ ନାଗରିକ ଏବଂ ମହିଳାଙ୍କ ପାଇଁ ମାଗଣା କ୍ୟାବ ସେବା ଆରମ୍ଭ କରିଛି । କେବଳ ଜରୁରୀକାଳୀନ ପରିସ୍ଥିତିରେ ହିଁ ଏହି ସେବା ଯୋଗାଇ ଦିଆଯିବ ।

ମାଗଣା କ୍ୟାବ ସେବା ପାଇଁ ଦ୍ବାରକା ପୋଲିସ CGHS ଫେଡେରେସନ ଓ ମହିନ୍ଦ୍ରା ଲଜିଷ୍ଟିକ୍ସ (ଆଲିଏଟ୍)ର ମିଳିତ ସହଯୋଗରେ ଏପରି କାର୍ଯ୍ୟକ୍ରମ ହାତକୁ ନେଇଛି । ଦ୍ବାରକାର ଡେପୁଟି କମିଶନର ଆଣ୍ଟୋ ଆଲଫୋନ୍ସ କହିଛନ୍ତି ଯେ, ବରିଷ୍ଠ ନାଗରିକଙ୍କ ସମେତ ଏକୁଟିଆ ରହୁଥିବା ମହିଳା ଏବଂ ଜରୁରୀକାଳୀନ ଆବଶ୍ୟକତା ଥିବା ଅନ୍ୟ କୌଣସି ବ୍ୟକ୍ତି କିମ୍ବା ଅସୁବିଧା ଭୋଗୁଥିବା ବ୍ୟକ୍ତିଙ୍କୁ ମାଗଣା ସେବା ଯୋଗାଇ ଦିଆଯିବ । ସେ କହିଛନ୍ତି, ‘ଏହି ମାଗଣା ସେବା କେବଳ ସକାଳ 8 ଟାରୁ ରାତି 8 ଯାଏଁ ଉପଲବ୍ଧ ହେବ। କିନ୍ତୁ କୌଣସି ଜରୁରୀକାଳୀନ ସେବା ଯୋଗ ଦେବା ପାଇଁ ରାତିରେ ଗୋଟିଏ କ୍ୟାବ ହିଁ ଉପଲବ୍ଧ ହେବ।’

ମାଗଣା କ୍ୟାବ ସେବା ପାଇବା ପାଇଁ 9773527222 ନମ୍ବରରେ ଯୋଗାଯୋଗ କରିପାରିବେ ଯାହା ବିଶେଷ ଦ୍ବାରକା ବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ । ପୋଲିସ କହିଛି ଯେ, ଯେଉଁମାନେ ଏହି ସେବା ପାଇଛନ୍ତି ସେମାନେ ନିଶ୍ଚିତ ଭାବରେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ନିଶ୍ଚିତ କରିବେ।

For All Latest Updates

ABOUT THE AUTHOR

...view details