ଓଡିଶା

odisha

ETV Bharat / bharat

ଅଶାନ୍ତି ବଢାଉଛି ଇମ୍ରାନଙ୍କ ଭାଷଣ, ଘାଟିରେ କଡ଼ା ସୁରକ୍ଷା

ଚରିତ୍ର ସୁଧାରୁ ନାହିଁ ଶତ୍ରୁ ରାଷ୍ଟ୍ର ପାକିସ୍ତାନ । ଭାରତରେ ଅଶାନ୍ତି ଓ ହିଂସା ରଚାଇବାକୁ ଜାରି ରଖିଛି ପ୍ରୟାସ । ବିଶେଷକରି ଧାରା 370 ଉଚ୍ଛେଦ ପରେ ପାଗଳ ହୋଇଯାଇଛି ପାକିସ୍ତାନ । ସମସ୍ତ ସମ୍ପର୍କ ଛିନ୍ନ କରିବା ପରେ ଏବେ ଘାଟିରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛି ପାକ୍ । ଘାଟିର ଲୋକଙ୍କୁ ଭାରତ ଗୃହବନ୍ଦୀ କରି ରଖିଥିବା ଜାତିସଂଘରେ କହିଛି ପାକିସ୍ତାନ । ଯାହାପରେ ଘାଟିରେ ଦେଖାଦେଇଛି ଅଶାନ୍ତି ।

ଫାଇଲ ଫଟୋ

By

Published : Sep 29, 2019, 1:26 PM IST

ଜମ୍ମୁକାଶ୍ମୀର: ଆତଙ୍କବାଦର ଚରା ଭୂଇଁ ସାଜିଛି ପାକିସ୍ତାନ । ଅଶାନ୍ତି ଓ ହିଂସା ଘଟାଇବା ହେଉଛି ତାହାର ମୂଳ ଉଦେଶ୍ୟ । ଧାରା 370 ଉଚ୍ଛେଦ ପରେ ଭାରତ ଉପରେ ଇର୍ଷାରେ ଜଳୁଛି ଏହି ଦେଶ । ଘାଟିରେ ଅଶାନ୍ତି ସୃଷ୍ଟି କରିବାକୁ ଅବିରତ ଉଦ୍ୟମରତ ଏହି ଆତଙ୍କୀ ରାଷ୍ଟ୍ର । ଯାହାର ଜ୍ବଳନ୍ତ ପ୍ରମାଣ ଦେଖିବାକୁ ମିଳିଛି ଜାତିସଂଘର ସାଧାରଣ ପରିଷଦରେ । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଭିଭାଷଣ ଆତଙ୍କବାଦ ନିପାତ ଓ ଶାନ୍ତି ପ୍ରତିଷ୍ଠା ପାଇଁ ନୁହେଁ, ବଂର ଅଶାନ୍ତି ସୃଷ୍ଟି କରାଇବା ପାଇଁ ।

କାଶ୍ମୀରରେ ହଜାର ହଜାର ଯୁବକଙ୍କୁ ଗୃହବନ୍ଦୀ କରି ରଖିଛି ଭାରତ । ଭାରତୀୟ ଯବାନ ଘାଟିର ଲୋକଙ୍କୁ ପରାଧିନତା କରି ରଖିଥିବା ଜାତିସଂଘରେ କହିଛନ୍ତି ଇମ୍ରାନ ଖାନ । ଫଳରେ ଘାଟିରେ ଅଶାନ୍ତି ଦେଖାଦେଇଛି । ଇମ୍ରାନ ଖାନକୁ ସମର୍ଥନ କରି ସ୍ଥାନୀୟ ଲୋକେ ନାରାବାଜି କରିଛନ୍ତି । କାଶ୍ମୀର ବାସୀଙ୍କୁ ସ୍ବାଧିନତା ଦେବାକୁ ଆହ୍ବାନ ଦେଇଛନ୍ତି ଅସନ୍ତୋଷ ଲୋକେ ।

ଫାଇଲ ଫଟୋ

ଜାତିସଂଘର ସାଧାରଣ ପରିଷଦରେ ପ୍ରଧାନମନ୍ତ୍ରୀ ମୋଦି ଅଭିଭାଷଣ ରଖିବାର 30 ମିନିଟ ପରେ ଭାଷଣ ଦେଇଥିଲେ ଇମ୍ରାନ । ଭାରତକୁ ସିଧାସଳଖ ଟାର୍ଗେଟ କରି କାଶ୍ମୀର ଘଟଣାରେ କହିବା ପରେ ଶୁକ୍ରବାର ଠାରୁ ଘାଟିରେ ଦେଖାଯାଇଛି ଅଶାନ୍ତି । ଯାହାକୁ ଦୃଷ୍ଟିରେ ରଖି ଆନ୍ଦୋଳନରେ ପ୍ରତିବନ୍ଧକ ଲଗାଇଛି ପୋଲିସ । ଶ୍ରୀନଗରର କିଛି ସ୍ଥାନରେ ଯବାନଙ୍କୁ ନିୟୋଜିତ କରିଥିବା ପୋଲିସ ସାର୍ବଜନୀନ ଘୋଷଣା ମଧ୍ୟ କରିଛି । ଅଶାନ୍ତି ଓ ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ସୁରକ୍ଷାବାହିନୀ ଲୁହା ତାର ମାଧ୍ୟମରେ ଅନେକ ଅଞ୍ଚଳକୁ ଅବରୋଧ ମଧ୍ୟ କରିଛି ।

ଫାଇଲ ଫଟୋ

ଇମ୍ରାନ ଖାନ ଭାଷଣ ପରେ ତୁରନ୍ତ ଏହି ବ୍ୟବସ୍ଥା କରିବାର ଆବଶ୍ୟକତା ଥିଲା ବୋଲି କହିଛନ୍ତି ଜଣେ ବରିଷ୍ଠ ସେନା ଅଧିକାରୀ । ରାଜ୍ୟର ଅଲଗା ଅଲଗା ଦୁଇ ସ୍ଥାନରେ ସନ୍ଦିଗ୍ଧ 6 ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ସୁରକ୍ଷାବାହିନୀ ଉପରକୁ ଗୁଳି ଚାଳନା ଓ ଗ୍ରେନେଡ଼ ମାଡ଼ ଘଟଣା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସେନା ବାହିନୀ ।

ABOUT THE AUTHOR

...view details