ଓଡିଶା

odisha

ETV Bharat / bharat

ସୁକୁମାରେ 2 ନକ୍ସଲଙ୍କ ଆତ୍ମସମର୍ପଣ, 2 ଗିରଫ - Police got success in Sukma

ସୁକୁମାରେ 2ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ 2 ଜଣଙ୍କୁ ପୋଲିସ ଗିରଫ କରିଛି ।

Police got success in Sukma
ସୁକୁମାରେ 2 ନକ୍ସଲଙ୍କ ଆତ୍ମସମର୍ପଣ, 2 ଗିରଫ

By

Published : Jan 19, 2020, 12:24 PM IST

ରାୟପୁର: ଛତିଶଗଡର ସୁକୁମାରେ ପୋଲିସକୁ ସଫଳତା । 2ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ 2 ଜଣଙ୍କୁ ପୋଲିସ ଗିରଫ କରିଛି । ଟଙ୍ଗପାଲ ଥାନା ଅଧୀନରେ 2 ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେହିପରି ଫଲବାଗଡି ଅଞ୍ଚଳରୁ 2ଜଣଙ୍କୁ ଗିରଫ କରାଯାଇଛି ।

ସୁକୁମାରେ 2 ନକ୍ସଲଙ୍କ ଆତ୍ମସମର୍ପଣ, 2 ଗିରଫ

ଆତ୍ମ ସମର୍ପଣ କରିଥିବା ଦୁଇ ନକ୍ସଲ ରମେଶ ପଡିୟାମ ଓ ସୁକ୍ଲୁ କାଭାସି ବୋଲି ଜଣା ପଡିଛି । ଟଙ୍ଗପୋଲ ଅଞ୍ଚଳରେ ଏମାନେ ନକ୍ସଲ ସଂଗଠନର ସକ୍ରିୟ ସଦସ୍ୟ ରହିଥିଲେ । ସେହିପରି ଗିରଫ କରାଯାଇଥିବା ଦୁଇ ଜଣ ହେଲେ କାଲମୁ ହିଡମା ଓ ରାଭା ଦେବା । ଏହି ଦୁଇ ଜଣଙ୍କ ନାମରେ ପୂର୍ବରୁ ସୁକମା କୋର୍ଟର ଗିରଫ ପରୱାନା ରହିଥିଲା। ଆତ୍ମସମର୍ପଣ କରିଥିବା ନକ୍ସଲ ମାନଙ୍କୁ ପୁନଃ ଥଇଥାନ କରାଯିବ ବୋଲି ଜିଲ୍ଲା ଅଧିକାରୀ ସୂଚନା ଦେଇଛନ୍ତି ।

ABOUT THE AUTHOR

...view details