ଓଡିଶା

odisha

ETV Bharat / bharat

ଚୋରି କରିବା ପଡିଲା ମହଙ୍ଗା: ବିଦ୍ୟୁତ ତାରରେ ଗୁଡାଇ ହୋଇ 4 ଚୋର ମୃତ - ଚୋରି ସମୟରେ ବିଦ୍ୟୁତ ଆଘାତରେ 4 ଚୋରଙ୍କ ମୃତ୍ୟୁ

ଇଲେକଟ୍ରିକ ତାର ଚୋରି ସମୟରେ ବିଦ୍ୟୁତ ଆଘାତରେ 4 ଚୋରଙ୍କ ମୃତ୍ୟୁ । ଘଟଣାଟି ମଧ୍ୟପ୍ରଦେଶ ଟିକମଗଡ ଜିଲ୍ଲାର।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Sep 9, 2019, 1:11 PM IST

ଭୋପାଳ: କଥାରେ ଅଛି ଯେମିତି କର୍ମ, ସେମିତି ଫଳ। ଅର୍ଥାତ ଖରାପ କର୍ମ କଲେ ଭଗବାନ ବି ତୁମକୁ ସହାୟ ହେବେ ନାହିଁ । ଯାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି 4 ଜଣ ଚୋରଙ୍କ ମୃତ୍ୟୁ ହୋଇଛି। ମୃତକମାନେ ମଧ୍ୟପ୍ରଦେଶ ଟିକମଗଡ ଜିଲ୍ଲାର। ଏମାନେ ବିଦ୍ୟୁତ ତାର ଚୋରି କରୁଥିବା ସମୟରେ ଆଘାତ ପାଇ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ସୂଚନା ମିଳିଛି।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୃତକମାନେ ହେଲେ ଗୋକୁଲ କୁଶୱା, ରାଜୁ କୁଶୱା, ପ୍ରିତମ ୟାଦବ ଓ ଭିନୋଦ ବୋଲି ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଦେଖିବାକୁ ପାଇଥିଲା ଯେ 4 ଜଣ ଯାକ ଯୁବକ ବିଦ୍ୟୁତ ତାର ସହ ଗୁଡେଇ ହୋଇ ପଡିଥିଲେ। ଏହାସହ ସେମାନଙ୍କ ହାତରେ ଚୋରିରେ ବ୍ୟବହୃତ କଟର ମେସିନ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ABOUT THE AUTHOR

...view details