ଓଡିଶା

odisha

By

Published : Jul 15, 2020, 11:41 AM IST

ETV Bharat / bharat

ବିକାଶ ଦୁବେ ବିରୋଧରେ ମାମଲା ରୁଜୁ କରିଥିବା ବ୍ୟକ୍ତିଙ୍କ ସନ୍ଧାନ ପାଇଲା ୟୁପି ପୋଲିସ

ବିକାଶ ଦୁବେ ବିରୋଧରେ ମାମଲା ରୁଜୁ କରିଥିବା ବ୍ୟକ୍ତିଙ୍କୁ ପାଇଲା ୟୁପି ପୋଲିସ । ଗତ 14 ଧରି ନିଖୋଜ ଥିବା ରାହୁଲ ତିୱାରୀଙ୍କ ଠିକଣା ପାଇଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଏଡିଜି ପ୍ରଶାନ୍ତ କୁମାର ।

rahul tiwari
ବିକାଶ ଦୁବେ ବିରୋଧରେ ମାମଲା ରୁଜୁ କରିଥିବା ବ୍ୟକ୍ତିଙ୍କ ସନ୍ଧାନ ପାଇଲେ ୟୁପି ପୋଲିସ

ଲକ୍ଷ୍ନୌ: ବିକାଶ ଦୁବେଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସନ୍ଧାନ ପାଇଲେ ୟୁପି ପୋଲିସ । ଗତ 14 ଧରି ନିଖୋଜ ଥିବା ରାହୁଲ ତିୱାରୀଙ୍କ ସନ୍ଧାନ ପାଇଲା ୟୁପି ପୋଲିସ । ଏନେଇ ସୂଚନା ଦେଇଛନ୍ତି ଏଡିଜି ପ୍ରଶାନ୍ତ କୁମାର ।

ସୂଚନା ଅନୁଯାୟୀ, ଗତ ଜୁନ 30ରେ ରାହୁଲ ତିୱାରୀ ବିକାଶ ଦୁବେଙ୍କ ବିରୋଧରେ ଚୌବେପୁର ଥାନାରେ ଏକ ମାମଲା ରୁଜୁ କରିଥିଲେ । ଖବର ପାଇବା ପରେ ବିକାଶ ଦୁବେ ତାଙ୍କୁ ନିଜ ଗାଁକୁ ଡକାଇଥିଲା ଏବଂ ଚୌବେପୁର ତତକାଳୀନ ଥାନା ପ୍ରଭାରୀ ବିନୟ ତିୱାରୀଙ୍କ ସାମ୍ନାରେ ହିଁ ତାଙ୍କୁ ମାଡ ମାରିଥିଲା । ଏଥିସହ ଏହି ମାମଲାରେ ହସ୍ତକ୍ଷେପ କରିଥିବାରୁ ବିକାଶ ଦୁବେ ବିନୟ ତିୱାରୀଙ୍କ ସହ ମଧ୍ୟ ହଟଗୋଳ କରିଥିଲେ ।

ଏପଟେ ରାହୁଲ ତିୱାରୀଙ୍କ ଏଫଆଇଆର ଆଧାରରେ କାନପୁରର ଚୌବେପୁର ବିକରୁ ଗାଁରେ 2 ଜୁଲାଇ ବିଳମ୍ବିତ ରାତିରେ ପୋଲିସ ବିକାଶ ଦୁବେକୁ ଗିରଫ କରିବାକୁ ଯୋଜନା କରିଥିଲେ । ଏହି ଅପରେସନ ସମୟରେ ବିକାଶ ଦୁବେ ନିଜ ଗ୍ୟାଙ୍ଗ ସହ ମିଶି 8 ଜଣ ପୋଲିସ କର୍ମୀଙ୍କୁ ହତ୍ୟା କରିଥିଲା । ଏପଟେ ବିକାଶ ଦୁବେ ବିରୋଧରେ ଥାନାରେ ଏଫଆଇଆର ଦେଇଥିବା ରାହୁଲ ତିୱାରୀଙ୍କୁ ପୋଲିସ ଖୋଜି ପାଇଥିବା ବେଳେ ସେ ଏବେ ପୋଲିସ ହେପାଜତରେ ଥିବା ଜଣାପଡିଛି ।

ପ୍ରକାଶ ଥାଉକି, ଗତ 10 ତାରିଖ ସକାଳେ ବିକାଶ ଦୁବେଙ୍କୁ କାନପୁରକୁ ଆଣିଥିବା ଏସଟିଏଫ୍ କନଭେନର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତେବେ କାରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ବିକାଶ ଦୁବେ ପୋଲିସଙ୍କ ବନ୍ଧୁକ ଛଡ଼ାଇ ଖସି ପଳାଇ ଯିବାକୁ ପ୍ରୟାସ କରୁଥିବା ବେଳେ ତାକୁ ଏନକାଉଣ୍ଟର କରାଯାଇଥିଲା। ଘଟଣାସ୍ଥଳରୁ ସାତରୁ ଆଠ କିଲୋମିଟର ଦୂରରେ ବିକାଶ ଦୁବେ ଏବଂ ପୋଲିସ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ଏହି ଏନକାଉଣ୍ଟରରେ ବିକାଶ ଦୁବେର ମୃତ୍ୟୁ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details