ପାଟନା: ବିହାର ରାଜଧାନୀର ନିଷିଦ୍ଧାଞ୍ଚଳରେ ବିକ୍ଷୋଭ କରି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ନେତା ତେଜସ୍ବୀ ଯାଦବଙ୍କ ନାମରେ ମାମଲା ରୁଜୁ ହୋଇଛି । ନାଗରିକତା ସଂଶୋଧନ ଆଇନ(ସିଏଏ) ଏବଂ ଏନଆରସି ବିରୋଧରେ ନିଷିଦ୍ଧାଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିଲା । ବିକ୍ଷୋଭ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ତେଜସ୍ବୀଙ୍କ ନାମ ରହିଥିବା ପୋଲିସ କହିଛି ।
ନିଷିଦ୍ଧାଞ୍ଚଳରେ ସିଏଏ ବିରୋଧରେ ବିକ୍ଷୋଭ, ତେଜସ୍ବୀ ଯାଦବଙ୍କ ନାମରେ ମାମଲା - ରାଷ୍ଟ୍ରୀୟ ଜନତା ଦଳ
ବିହାର ରାଜଧାନୀର ନିଷିଦ୍ଧାଞ୍ଚଳରେ ବିକ୍ଷୋଭ କରି ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ନେତା ତେଜସ୍ବୀ ଯାଦବଙ୍କ ନାମରେ ମାମଲା ରୁଜୁ ହୋଇଛି ।
ଫାଇଲ ଫଟୋ
ଆରଜେଡି ଦ୍ବାରା ଦିଆଯାଇଥିବା ବିହାର ବନ୍ଦ ଡାକରାରେ ବିକ୍ଷୋଭକାରୀମାନେ ପାଟଣାର ଡାକ ବଙ୍ଗଲୋ ଅତିକ୍ରମ କରୁଥିବା ସମୟରେ ହଙ୍ଗାମା ହୋଇଥିଲା । ଏହାପରେ ତେଜସ୍ବୀ ଓ ଜଗଦାନନ୍ଦ ସିଂଙ୍କ ସହ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ଗତ ଶନିବାର ନାଗରିକତା ସଂଶୋଧନ ଆଇନ ବିରୋଧରେ ବିହାରରେ ବିକ୍ଷୋଭ ଜାରିଥିବା ବେଳେ ଶନିବାର ବନ୍ଦ ଡାକରା ଦେଇଥିଲା ରାଜ୍ୟର ପ୍ରମୁଖ ବିରୋଧୀ ଦଳ ଆରଜେଡି(ରାଷ୍ଟ୍ରୀୟ ଜନତା ଦଳ) । ଏହି କ୍ରମରେ ଶନିବାର ସକାଳୁ ରାଜରାସ୍ତାକୁ ଓହ୍ଲାଇଥିଲେ ବହୁ ଆରଜେଡି କର୍ମୀ ।