ଲକ୍ଷ୍ନୌ: ରେଳ ଷ୍ଟେସନ ନିକଟରୁ ମିଳିଲା ପୋଲିସ କର୍ମୀଙ୍କ ମୃତଦେହ । ଗୁରୁବାର ସକାଳେ ଉତ୍ତରପ୍ରଦେଶ ଆଗ୍ରା କୋର୍ଟ ରେଳଷ୍ଟେସନ ନିକଟ ରେଳ ଧାରଣାରୁ ଜଣେ ପୋଲିସ କର୍ମୀଙ୍କ ମୃତଦେହ ଉଦ୍ଧାର ହୋଇଛି ।
ସୂଚନା ଅନୁଯାୟୀ, ଗୁରୁବାର ସକାଳେ ଅଶୋକ କୁମାର ନାମକ ପୋଲିସ କର୍ମୀ ଡ୍ୟୁଟି ଯିବାକୁ ବାହାରିଥିବା ବେଳେ ରେଳ ଧାରଣାରେ କଟି ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଏସଏସପି ବବଲୁ କୁମାରଙ୍କ ସମେତ ବହୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ।