ନୂଆଦିଲ୍ଲୀ: ଫୋନ କଲ ଯୋଗେ ଆତଙ୍କବାଦୀ ଆକ୍ରମଣର ଗୁଜବ ଖବର ଖେଳାଉଥିଲେ ଗୁଜବକାରୀ । 65 ବର୍ଷୀୟ ଲରି ଡ୍ରାଇଭର ସ୍ବାମୀ ସୁନ୍ଦର ମୂର୍ତ୍ତୀ ଏବଂ ପୂର୍ବତନ ସେନା ଅଧିକାରୀ ଏହି ଆତଙ୍କବାଦୀ ଆକ୍ରମଣର ଏହି ଗୁଜବ ଖେଳାଉଥିଲେ । ତେବେ ତଦନ୍ତ ପରେ ଏହି 2 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।
ଦକ୍ଷିଣ ଭାରତରେ ଆତଙ୍କୀ ଆକ୍ରମଣ ଖବର ଗୁଜବ: ପୂର୍ବ ସେନା ଅଧିକାରୀଙ୍କ ସମେତ 2 ଗିରଫ - arrest
ଫୋନ କଲ ଯୋଗେ ଆତଙ୍କବାଦୀ ଆକ୍ରମଣର ଗୁଜବ ଖବର ଖେଳାଉଥିଲେ ଗୁଜବକାରୀ । 65 ବର୍ଷୀୟ ଲରି ଡ୍ରାଇଭର ସ୍ବାମୀ ସୁନ୍ଦର ମୂର୍ତ୍ତୀ ଏବଂ ପୂର୍ବତନ ସେନା ଅଧିକାରୀ ଏହି ଆତଙ୍କବାଦୀ ଆକ୍ରମଣର ଗୁଜବ ଖେଳାଉଥିଲେ ।
ପ୍ରତିକାତ୍ମକ ଫଟୋ
ସୂଚନାଯୋଗ୍ୟ, ସୁନ୍ଦର ମୂର୍ତ୍ତୀ ଶୁକ୍ରବାର ତାମିଲନାଡୁ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଗୋଆ, କର୍ଣ୍ଣାଟକ, କେରଳ ଏବଂ ପଡ୍ଡୁଚେରୀରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଥିବା ନେଇ କର୍ଣ୍ଣାଟକ ପୋଲିସକୁ ଖବର ଦେଇଥିଲା । 8 ରାଜ୍ୟରେ ଆତଙ୍କବାଦୀ ଆକ୍ରମଣର ଯୋଜନା କରୁଥିବା ସେ ଦାବି କରିଥିଲା । ତାମିଲନାଡୁର ରାମନାଥପୁରମରେ 19 ଆତଙ୍କବାଦୀ ସକ୍ରୀୟ ଅଛନ୍ତି ଏବଂ ରାଜ୍ୟର ଟ୍ରେନ ଗୁଡିକୁ ଟାର୍ଗେଟ କରି ଆକ୍ରମଣ କରିପାରନ୍ତି ବୋଲି ସେ କହିଥିଲା ।