ମୁମ୍ବାଇ: ମାୟା ନଗରୀରେ 15 ବାଂଲାଦେଶୀ ଗିରଫ । ଶନିବାର ମୁମ୍ବାଇ ନୟା ନଗର ପୋଲିସ 15 ଜଣ ବାଲାଂଦେଶୀ ନାଗରିକଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ରହିଛନ୍ତି । ବେଆଇନ ଭାବେ ଦେଶରେ ରହୁଥିବାରୁ ସେମାନଙ୍କୁ ଗିରଫ କରାଯାଇଛି ।
ସୂଚନା ଅନୁଯାୟୀ, ଶନିବାର ନୟା ନଗର ପୋଲିସ ମୀରା ରୋଡ ସ୍କାଏଓ୍ବାଲ ନିକଟରେ ସେମାନଙ୍କୁ ଗିରଫ କରିଥିଲା । ସମସ୍ତେ ବିନା ଭିସାରେ ଭାରତରେ ରହୁଥିଲେ । ଯାହା ସମ୍ପୂର୍ଣ୍ଣ ବେଆଇନ ଅଟେ । ପାସପୋର୍ଟ ଆକ୍ଟ 1920 ଆଧାରରେ ଏନେଇ ଏକ ମାମଲା ରୁଜୁ ହୋଇଛି । ଘଟଣାରେ ତଦନ୍ତ ଜାରି ରହିଥିବା ପୋଲିସ ସୂଚନା ଦେଇଛି ।