ଓଡିଶା

odisha

ETV Bharat / bharat

ବ୍ୟବସାୟୀଙ୍କ ଠୁ ସୁନା ଲୁଟ ମମଲା: 4 ଗିରଫ, 14 କେଜି ସୁନା ଜବତ - ବ୍ୟବସାୟୀଙ୍କଠାରୁ ସୁନା ଲୁଟ ଘଟଣାରେ 4 ଗିରଫ

ବିହାରର ବେଗୁସରାଇ ପୋଲିସକୁ ବଡ ସଫଳତା । ବ୍ୟବସାୟୀଙ୍କଠାରୁ ସୁନା ଲୁଟ ଘଟଣାର ପର୍ଦ୍ଦାଫାସ ହୋଇଛି । ଏହି ମାମଲାରେ 4 ଅଭିଯୁକ୍ତଙ୍କୁ ଗିରଫ କରିବା ସହ 14 କେଜି 700 ଗ୍ରାମ ସୁନା ଜବତ ହୋଇଛି ।

ବ୍ୟବସାୟୀଙ୍କଠାରୁ ସୁନା ଲୁଟ ଘଟଣା: 14 କିଲୋ ସୁନା ଜବତ, 4 ଗିରଫ
ବ୍ୟବସାୟୀଙ୍କଠାରୁ ସୁନା ଲୁଟ ଘଟଣା: 14 କିଲୋ ସୁନା ଜବତ, 4 ଗିରଫ

By

Published : Nov 29, 2019, 10:41 PM IST

ପାଟନା: ବିହାରର ବେଗୁସରାଇ ପୋଲିସକୁ ମିଳିଛି ବଡ଼ ସଫଳତା । ବ୍ୟବସାୟୀଙ୍କଠାରୁ ସୁନା ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ମାମଲାରେ 4 ଅଭିଯୁକ୍ତଙ୍କୁ ଗିରଫ କରିବା ସହ 14 କେଜି 700 ଗ୍ରାମ ସୁନା ଜବତ କରାଯାଇଛି । ସୂଚନା ଅନୁସାରେ ନଭେମ୍ବର 12 ତାରିଖ ସକାଳେ ଗଡହରା ଓପି ଅଞ୍ଚଳର ଠାକୁରୀଚକରେ ଲୁଟେରାମାନେ ଦୁଇ ସୁନା ବ୍ୟବସାୟୀଙ୍କୁ ଗୁଳି କରି ସୁନା ଲୁଟିଥିଲେ । ଏହି ଘଟଣାରେ ବ୍ୟବସାୟୀଙ୍କ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା ।

ବ୍ୟବସାୟୀଙ୍କଠାରୁ ସୁନା ଲୁଟ ଘଟଣା: 14 କିଲୋ ସୁନା ଜବତ, 4 ଗିରଫ

ଉକ୍ତ ମାମଲାର ଦାୟିତ୍ବ ଏସପି ଅବକାଶ କୁମାର ଏବଂ ଡିଆଇଡି ରାଜେଶ କୁମାର ନେଇଥିଲେ । ଅପରାଧିଙ୍କୁ ଧରିବା ଲାଗି ଏକ ଏସଆଇଟି ଟିମ ଗଠନ କରାଯାଇଥିଲା । ଏହି ଟିମ ଲଗାତାର ଘଟଣାକ୍ରମ ଉପରେ ନଜର ରଖିଥିଲେ । ପୋଲିସ କହିବା ଅନୁସାରେ ଏହି ମାମଲାଟି (ବ୍ଲାଇଣ୍ଡ କେସ୍) ଅତ୍ୟଧିକ ଜଟିଳ ଥିଲା । ତେବେ ଧାରାପଡିଥିବା ଅପରାଧିଙ୍କଠାରୁ ପୋଲିସ ବହୁ ମାରଣାସ୍ତ୍ର, ଗୋଟିଏ ବାଇକ, 13ଟି ଜୀବନ୍ତ କାରତୁସ ଜବତ କରିଛି ।

ସେପଟେ ଏହି ସଫଳତା ପାଇଁ ଏସଆଇଟି ଟିମର ସମସ୍ତ ଅଧିକାରୀଙ୍କୁ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି । ତେବେ ବ୍ୟବସାୟୀଙ୍କଠାରୁ 9 କିଲୋ 600 ଗ୍ରାମ ସୁନା ଲୁଟ ହୋଇଥିବା ମାମଲା ରୁଜୁ ହୋଇଥିଲା । ହେଲେ ପୋଲିସ ଲୁଟେରାଙ୍କଠାରୁ ଅହୁରି 5 କିଲୋ ଅଧିକ ସୁନା ଜବତ ହୋଇଥିବା ସୂଚନା ରହିଛି ।

ABOUT THE AUTHOR

...view details