ଓଡିଶା

odisha

ETV Bharat / bharat

ଯୌତୁକରେ ଦିଆଯାଏ 21 ବିଷଧର ସାପ, ନଚେତ ଝିଅ ରୁହେ କୁମାରୀ

ଛତିଶଗଡ ମହାସମୁନ୍ଦ ଜିଲ୍ଲାର ତୁମଗାମ ଗ୍ରାମରେ ରହିଛି ଏକ ଅଦ୍ଭୁଦ ପ୍ରଥା । ଏହି ପ୍ରଥା ଅନୁଯାୟୀ କନ୍ୟାପକ୍ଷ ଯଦି 21 ଟି ପ୍ରଜାତିର ବିଷଧର ସାପ ଦେବାରେ ଅସକ୍ଷମ ହୁଅନ୍ତି, ସେହି କନ୍ୟା ସାରା ଜୀବନ ପାଇଁ କୁମାରୀ ରହିଯାଏ ।

By

Published : Mar 13, 2019, 11:43 PM IST

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

ରାୟପୁର: ଯୌତୁକ ପ୍ରଥା ବେଆଇନ ହୋଇଥିବା ବେଳେ ଏବେବି ଦେଶରେ ଖୁଲମଖୁଲା ଚାଲିଛି ଏହି ପ୍ରଥା । ତେବେ ଯୌତୁକ ହିସାବରେ କିଏ ସୁନା ଗହଣା ଦିଏ ତ ଆଉ କିଏ ନଗଦ ଟଙ୍କା । କିନ୍ତୁ ଯୌତୁକରେ ବିଷଧର ସାପ ଦିଆଯିବା ଘଟଣା ସମ୍ପୂର୍ଣ୍ଣ ଭିନ୍ନ । ତାହା ପୁଣି ଗୋଟାଏ କି ଦୁଇଟି ନୁହେଁ ପୁରା 21 ଟି ।

ସୂଚନା ମୁତାବକ, ଛତିଶଗଡ ମହାସମୁନ୍ଦ ଜିଲ୍ଲାର ତୁମଗାମ ଗ୍ରାମରେ ରହିଛି ଏଭଳି ଅଦ୍ଭୁଦ ପ୍ରଥା । ଏହି ପ୍ରଥା ଅନୁଯାୟୀ କନ୍ୟାପକ୍ଷ ଯଦି 21 ଟି ପ୍ରଜାତିର ବିଷଧର ସାପ ଦେବାରେ ଅସକ୍ଷମ ହୁଅନ୍ତି, ସେହି କନ୍ୟା ସାରା ଜୀବନ ପାଇଁ କୁମାରୀ ରହିଯାଏ । ଆଉ ଏହି ପରମ୍ପରାକୁ ଚଳାଇ ଆସୁଛନ୍ତି ଛତିଶଗଡର କେଳା ସମ୍ପ୍ରଦାୟ ।

ତେବେ ଏହି ସମ୍ପ୍ରଦାୟଙ୍କ ପାଇଁ ରୋଜଗାରଠୁ ଆରମ୍ଭ କରି ଜମାପୁଞ୍ଜି ପର୍ଯ୍ୟନ୍ତ ଏକ ମାତ୍ର ସାହାରା ଏହି ବିଷଧର ସାପ । ଏହି ସାପକୁ ଦେଖାଇ ଯାହା ଅର୍ଥ ମିଳେ ସେଥିରେ ସେମାନଙ୍କ ପରିବାର ଚଳେ । ଏହି କାରଣରୁ ସେମାନେ ଯୌତୁକରେ ବିଷଧର ସାପ ଆଣିଥାନ୍ତି ।

ABOUT THE AUTHOR

...view details