ଓଡିଶା

odisha

ETV Bharat / bharat

ଲକଡାଉନ ପ୍ରଭାବ: ସ୍ବଚ୍ଛ ହେଲା ଦିଲ୍ଲୀର 13ଟି ପ୍ରଦୂଷିତ ସ୍ଥାନ - corona effect

ଗତବର୍ଷ ଅକ୍ଟୋବରରୁ ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ସ୍ଥାନଗୁଡିକରେ ସ୍ୱତନ୍ତ୍ର ମନିଟରିଂ ଏବଂ ଅପରେସନ୍ କରାଯାଇଥିଲା । ଏହା ସତ୍ତ୍ୱେ ଏହାର ବାୟୁ ଗୁଣବତ୍ତାରେ ଯଥେଷ୍ଟ ଉନ୍ନତି ହୋଇପାରି ନଥିଲା । ଲକଡାଉନ ହେତ ଯାନବାହନ ଚଳାଚଳ ଏବଂ କାରଖାନା ବନ୍ଦ ପ୍ରଦୂଷଣର ହଟସ୍ପଟକୁ ସ୍ବଚ୍ଛ କରିଦେଇଛି । ଅଧିକ ପଢନ୍ତୁ...

ଲକଡାଉନ ପ୍ରଭାବ: ଦିଲ୍ଲୀର 13ଟି ସବୁଠୁ ପ୍ରଦୂଷିତ ସ୍ଥାନ ହେଲା ସ୍ବଚ୍ଛ
ଲକଡାଉନ ପ୍ରଭାବ: ଦିଲ୍ଲୀର 13ଟି ସବୁଠୁ ପ୍ରଦୂଷିତ ସ୍ଥାନ ହେଲା ସ୍ବଚ୍ଛ

By

Published : Apr 30, 2020, 2:43 PM IST

ନୂଆଦିଲ୍ଲୀ: ରାଜଧାନୀରେ 13ଟି ସ୍ଥାନକୁ ପ୍ରଦୂଷଣ ହଟ ସ୍ପଟ୍ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି । ମୌସୁମୀ ବ୍ୟତୀତ ବର୍ଷସାରା ବାୟୁ ଗୁଣବତ୍ତା ସ୍ତର ଖରାପ ରହିଥାଏ । ହେଲେ ଲକଡାଉନ କାରଣରୁ ଏହି ସ୍ଥାନଗୁଡ଼ିକର ବାୟୁ ସଫା ହୋଇଯାଇଛି । ସିପିସିବି ରିପୋର୍ଟ ଦ୍ୱାରା ଏହା ପ୍ରକାଶ ପାଇଛି । ଗତ ବର୍ଷ ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା 13ଟି ପ୍ରଦୂଷଣ ହଟସ୍ପଟ ଚିହ୍ନଟ କରାଯାଇଥିଲା ।

ଲକଡାଉନ ପ୍ରଭାବ: ଦିଲ୍ଲୀର 13ଟି ସବୁଠୁ ପ୍ରଦୂଷିତ ସ୍ଥାନ ହେଲା ସ୍ବଚ୍ଛ

ଗତବର୍ଷ ଅକ୍ଟୋବରରୁ ଚଳିତ ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ସ୍ଥାନଗୁଡିକରେ ସ୍ୱତନ୍ତ୍ର ମନିଟରିଂ ଏବଂ ଅପରେସନ୍ କରାଯାଇଥିଲା । ଏହା ସତ୍ତ୍ୱେ ଏହାର ବାୟୁ ଗୁଣବତ୍ତାରେ ଯଥେଷ୍ଟ ଉନ୍ନତି ହୋଇପାରିଲା ନାହିଁ । କିନ୍ତୁ ଲକଡାଉନ କାରଣରୁ ଯାନବାହନ ଚଳାଚଳ ଏବଂ କାରଖାନା ବନ୍ଦ ଏବଂ ନିର୍ମାଣ କାର୍ଯ୍ୟ ମଧ୍ୟ ଯୋଗୁଁ ପ୍ରଦୂଷଣର ହଟସ୍ପଟକୁ ସ୍ବଚ୍ଛ କରିଦେଇଛି ।

ଆନନ୍ଦ ବିହାର ଏବଂ ବିବେକ ବିହାର ଦିଲ୍ଲୀର ସବୁଠାରୁ ପ୍ରଦୂଷିତ ଅଞ୍ଚଳ । ସିପିସିବି ରିପୋର୍ଟ ଅନୁଯାୟୀ ଆନନ୍ଦ ବିହାର ମନିଟରିଂ କେନ୍ଦ୍ର PM-2.5 ସ୍ତରକୁ 62 ପ୍ରତିଶତ, PM-10 ସ୍ତରକୁ 69 ପ୍ରତିଶତ ଏବଂ ନାଇଟ୍ରୋଜେନ ଅକ୍ସାଇଡ ସ୍ତରକୁ 72 ପ୍ରତିଶତକୁ ହ୍ରାସ କରିଛି । ଏଥି ସହିତ ବିବେକ ବିହାରରେ ନାଇଟ୍ରୋଜେନ ଅକ୍ସାଇଡର ପ୍ରଦୂଷଣ 60 ପ୍ରତିଶତ ହ୍ରାସ ପାଇଛି। ସେହିପରି, ଦ୍ୱାରକା ସେକ୍ଟର-8ରେ PM2.5 ସ୍ତର 48%, PM-10 61% ହ୍ରାସ ପାଇଛି ।

ଟ୍ରାଫିକ କାରଣରୁ ଆନନ୍ଦ ବିହାରରେ ସର୍ବାଧିକ ପ୍ରଦୂଷଣ ଏବଂ ଓଖଲାରେ ଶିଳ୍ପ କାରଣରୁ ପ୍ରଦୂଷଣର ସ୍ତର ସବୁଠୁ ଅଧିକ ରହିଥାଏ । ଅଶୋକ ବିହାର, ବାୱାନା, ମୁଣ୍ଡକା, ଜାହାଙ୍ଗୀରପୁରୀ, ନରେଲା, ପଞ୍ଜାବୀ ବାଗ, ଆର.କେ ପୁରମ, ରୋହିଣୀ, ୱାଜିରପୁର ସମେତ 13ଟି ସ୍ଥାନ ମଧ୍ୟ ପ୍ରଦୂଷଣର ହଟସ୍ପଟ ସ୍ଥାନରେ ରଖାଯାଇଛି ।

ହଟ ସ୍ପଟ୍ ଅଞ୍ଚଳରେ ପ୍ରଦୂଷଣର ପ୍ରଭାବ ଜାଣିବା ପାଇଁ, ସିପିସିବି ଲକଡାଉନର ପୂର୍ବ ଦିନର ବାୟୁ ଗୁଣକୁ ତୁଳନା କରିଥିଲା ​​ଯଥା ମାର୍ଚ୍ଚ 16 ରୁ 21 ପର୍ଯ୍ୟନ୍ତ ଲକ୍ଡାଉନ୍ ଦିନର ବାୟୁ ଗୁଣ ସହିତ ମାର୍ଚ୍ଚ 25 ରୁ ଏପ୍ରିଲ୍ 15 । ତଥ୍ୟର ବିଶ୍ଳେଷଣରୁ ଜଣାପଡିଛି ଯେ ଦିଲ୍ଲୀର PM2.5 ସ୍ତର 46% ଏବଂ PM10 ସ୍ତର 50% ହ୍ରାସ ପାଇଛି ।

ABOUT THE AUTHOR

...view details