ଅମରାବତୀ:ସରକାରୀ ନିର୍ଦ୍ଦେଶକୁ ବେଖାତିର କରି ଗିରଫ ହେଲେ 40 ଧର୍ମ ପ୍ରଚାରକ । କୋରୋନା ପାଇଁ ଗୋଟିଏ ସ୍ଥାନରେ 5ରୁ ଅଧିକ ଲୋକ ଏକାଠି ହୋଇ ପାରିବେ ନାହିଁ , କି କୈଣସି ସଭା ସମିତି ଓ ଧର୍ମୀୟ କାର୍ଯ୍ୟକ୍ରମ କରିବାକୁ ସରକାର ବାରଣ କରିଛନ୍ତି । ହେଲେ ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାର ପୋଡୁରରେ ପ୍ରଚାରକମାନେ ସାଧାରଣ ଲୋକଙ୍କୁ ଲିପଲେଟ ବାଣ୍ଟି ଏକ ସଭାର ଆୟୋଜନ କରିବାକୁ ଯାଉଥିଲେ ।
କୋରୋନା କଟକଣା ବେଳେ ଧର୍ମୀୟ କାର୍ଯ୍ୟକ୍ରମ ଆୟୋଜନ କରି 40 ଗିରଫ - କୋରୋନା ଗାଇଡ ଲାଉନ ଭାଙ୍ଗି ଗିରଫ ହେଲେ 40 ଖ୍ରୀଷ୍ଟିଆନ ପ୍ରଚାରକ
କୋରୋନା କଟକଣା ଉଲ୍ଲଙ୍ଘନ କରି ଗିରଫ ହେଲେ 40 ଧର୍ମ ପ୍ରଚାରକ । ଧର୍ମୀୟ ସଭା ପାଇଁ ବାଣ୍ଟୁ ଥିଲେ ଲିପଲେଟ । ଅଧିକ ପଢନ୍ତୁ ......
ଗିରଫ ହେଲେ 40 ଖ୍ରୀଷ୍ଟିଆନ ପ୍ରଚାରକ
ହେଲେ, ସ୍ଥାନୀୟ ଲୋକମାନେ ସେମାନଙ୍କୁ କାବୁ କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିବା ସହିତ ସଭା ପାଇଁ ଯାଉଥିବା ବସକୁ ମଧ୍ୟ ଜବତ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ପୋଡୁର ମଣ୍ଡଳ କୋମୁଚିକ୍କାଲା ଗାଁର ବୋଲି ଜଣାପଡିଛି । 144 ଧାରା ନିୟମ ଉଲ୍ଲଂଘନ କର ଥିବାରୁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ