ହାଇଦ୍ରାବାଦ: ଗତକାଲି ଦେଶରେ ଐତିହାସିକ 2021-22 ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ଉପସ୍ଥାପନ ସମୟରେ ନିମୋକୋକାଲ ଭ୍ୟାକ୍ସିନ ବିଷୟରେ ମତ ରଖି ଅର୍ଥମନ୍ତ୍ରୀ କହିଛନ୍ତି ଏହି ଭ୍ୟାକ୍ସିନ ଭାରତର ଉତ୍ପାଦ । ବର୍ତ୍ତମାନ ଏହା କେବଳ ପାଞ୍ଚଟି ରାଜ୍ୟରେ ଉପଲବ୍ଧ ହେଉଛି । ପରେ ଏହା ସାରା ଦେଶରେ ଉପଲବ୍ଧ ହେବ । ନିମୋନିଆରେ ବାର୍ଷିକ 50ହଜାର ଶିଶୁ ମୃତ୍ୟୁ ହାରକୁ କମ କରିବ ଏହି ଭ୍ୟାକ୍ସିନ ।
ନିମୋକୋକସ ଜୀବାଣୁ କଣ?
.ଏହି ଜୀବାଣୁ ନିମୋକୋକୋସ ବା ନିମୋନିଆ ରୋଗର କାରକ ଅଟେ । ଏହା ଏକ ସାଧାରଣ ସଂକ୍ରମଣ କିନ୍ତୁ ଏହା ବେଳେବେଳେ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ବିଶେଷ କରି ଶିଶୁମାନେ ନିମୋନିଆ ରୋଗରେ ରକ୍ତ ସଂକ୍ରମଣ,କାନ ସଂକ୍ରମଣ ଓ ମେନଞ୍ଜାଇଟିସର ଶିକାର ହୋଇଥାନ୍ତି ।
. ନିମୋକୋକାଲ ସଂକ୍ରମଣ ଷ୍ଟ୍ରେପ୍ଟୋକୋକସ୍ ଜୀବାଣୁ ଦ୍ବାରା ହୋଇଥାଏ । ଏହି ସଂକ୍ରମଣ କାହାକୁ ବି ହୋଇପାରେ । ବିଶେଷ କରି ଏହା ମସ୍ତିଷ୍କ ଉପରେ ପ୍ରଭାବ ପକାଇଥାଏ । ଶିଶୁମାନେ ଏହି ରୋଗର ଶିକାର ହୋଇଥାନ୍ତି ।
.ଆମେ ସାଧାରଣତଃ ନିମୋନିଆ ବିଷୟରେ ଶୁଣିଥିବା, ଯାହା ଫୁସଫୁସ ଉପରେ ପ୍ରଭାବ ପକାଇଥାଏ । ନିମୋକୋକସ ନିମୋନିଆର ମୁଖ୍ୟ କାରଣ ଅଟେ ।
.ନିମୋନିଆ ଓ ନିମୋକୋକସ ଛଡା ଏହି ଜୀବଣୁ ପାଇଁ ଅନ୍ୟ କେତେକ ସଂକ୍ରମଣ ହୋଇଥାଏ ଯେପରି କାନ ସଂକ୍ରମଣ, ସାଇନସ ସଂକ୍ରମଣ, ମସ୍ତିଷ୍କ ଓ ମେରୁଦଣ୍ଡ ଉପରେ ପ୍ରଭାବ ପକାଇଥାଏ ।
.ଏହି ଜୀବାଣୁ ମଣିଷ ଶରୀରର କେତେକ ଅଂଶକୁ ଆକ୍ରମଣ କରିଥାନ୍ତି । ଉଦାହରଣ ସୂରୁପ ଏହା ମଣିଷର ମୁଣ୍ଡ ମେରୁଦଣ୍ଡକୁ ଆକ୍ରମଣ କରିଥାନ୍ତି । ନିମୋନିଆରେ ଆକ୍ରାନ୍ତ ହେଲେ ସ୍ବାସ୍ଥ୍ୟ ଗୁରୁତର ହୋଇଥାଏ କିଛି ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ ବୋଲି ମତ ପ୍ରକାଶ କରିଛନ୍ତି ବିଶେଷଜ୍ଞ ।