ଓଡିଶା

odisha

ETV Bharat / bharat

‘ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିବାକୁ ଇଚ୍ଛା’ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜର ଭାଇ ଭାବି ତାଙ୍କ ହାତରେ ରାକ୍ଷୀ ବାନ୍ଧିବା ଲାଗି 5 ବର୍ଷ ହେବ ଅନାଇ ବସିଛନ୍ତି ଗୁଜୁରାଟ ଚାନ୍ଦଲୋଡିଆର 20 ବର୍ଷୀୟ ରିପଲ୍‌ ପ୍ରଜାପତି । ପ୍ରତିବର୍ଷ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ରାକ୍ଷୀ ପଠାଇ ଅପେକ୍ଷା କରିଛି କେବେ କାର୍ଯ୍ୟାଳୟରୁ ଡାକରା ଆସିବ ଆଉ ସେ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବେ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Aug 14, 2019, 3:14 PM IST

ଗାନ୍ଧୀନଗର: ଦୁନିଆର ସବୁଠୁ ପବିତ୍ର ସମ୍ପର୍କ ଭାଇ-ଭଉଣୀ ସମ୍ପର୍କ । ଆଉ ଏଇ ସମ୍ପର୍କକୁ ମଜବୁତ କରେ ରାକ୍ଷୀ । ରାକ୍ଷୀ ବନ୍ଧନ ଦିନ ଭଉଣୀ, ଭାଇ ହାତରେ ରାକ୍ଷୀ ବାନ୍ଧି ନିଜକୁ ସବୁ ବିପଦରୁ ରକ୍ଷା କରିବା ପାଇଁ ବଚନ ନିଏ ।
ଏହି ଦିନ ସଭିଏଁ ଚାହିଁଥାନ୍ତି ଭଉଣୀର ରାକ୍ଷୀକୁ । ଆଉ ଭଉଣୀ ମଧ୍ୟ ଭାଇ ହାତରେ ରାକ୍ଷୀ ବାନ୍ଧିବା ଲାଗି ଚାତକ ପରି ଅନାଇ ବସିଥାଏ । ତେବେ ଆଜି ଆମେ ଏପରି ଏକ ଭଉଣୀ କଥା କହିବାକୁ ଯାଉଛୁ ଯିଏ 5 ବର୍ଷ ହେବ ଭାଇ ହାତରେ ରାକ୍ଷୀ ବାନ୍ଧିବା ଲାଗି ଅନାଇ ବସିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜର ଭାଇ ଭାବି ତାଙ୍କ ହାତରେ ରାକ୍ଷୀ ବାନ୍ଧିବା ଲାଗି 5 ବର୍ଷ ହେବ ଅନାଇ ବସିଛନ୍ତି ଗୁଜୁରାଟ ଚାନ୍ଦଲୋଡିଆର 20 ବର୍ଷୀୟ ରିପଲ୍‌ ପ୍ରଜାପତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ପ୍ରତିବର୍ଷ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟକୁ ରାକ୍ଷୀ ପଠାଇ ଅପେକ୍ଷା କରିଛି କେବେ କାର୍ଯ୍ୟାଳୟରୁ ଡାକରା ଆସିବ ଆଉ ସେ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିବ । ହେଲେ 5 ବର୍ଷ ହେବ ଏହା ହୋଇପାରିନାହିଁ । ପୂର୍ବରୁ ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ 2004 ମସିହାରୁ ପ୍ରତିବର୍ଷ ସେ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧୁଥିଲେ। ଯାହାର ଫଟୋ ମଧ୍ୟ ରିପଲ୍‌ଙ୍କ ପାଖରେ ରହିଛି । ତେବେ ମୋଦି ପ୍ରଧାନମନ୍ତ୍ରୀ ହେବା ପର ଠାରୁ ଆଉ ସେ ସୁଯୋଗ ଆସିନାହିଁ । ପ୍ରତିବର୍ଷ କେବଳ ଡାକ ଯୋଗେ ରାକ୍ଷୀ ପଠାଇ ଅନାଇ ବସିଛି ଡାକରାକୁ । କେବେ ମୋଦି ଡାକିବେ ଆଉ ସେ ରାକ୍ଷୀ ବାନ୍ଧିବା ଲାଗି ଯିବେ ତାକୁ ଅପେକ୍ଷା କରିଛନ୍ତି ।

ABOUT THE AUTHOR

...view details