ନୂଆଦିଲ୍ଲୀ : ଭାରତ-ଚୀନ ସୀମା ବିବାଦକୁ ନେଇ ଶୁକ୍ରବାର ସର୍ବଦଳୀୟ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମ ସୀମାରେ କିଏ ଅନୁପ୍ରବେଶ କରିନଥିଲେ କି କରିନାହାନ୍ତି ବୋଲି ଏହି ବୈଠକରେ କହିଥିଲେ ମୋଦି । ତାଙ୍କର ଏହି ବୟାନ ପରେ ବିରୋଧୀ ଦଳଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଉଛି ଏବଂ ତାଙ୍କୁ ପ୍ରଶ୍ନ ଘେରରେ ଠିଆ କରାଯାଉଛି । ତେବେ ଏନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।
ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣିର ଭୁଲ ଅର୍ଥ ବାହାର କରନ୍ତୁ ନାହିଁ: ପିଏମଓ - pm modi
ପ୍ରଧାନମନ୍ତ୍ରୀଙ୍କ ବୟାନକୁ ଭୁଲ ଭାବରେ ଉପସ୍ଥାପନା କରିବାର ପ୍ରୟାସ କରାଯାଉଛି । ମୋଦିଙ୍କ ଟିପ୍ପଣିକୁ ନେଇ ବିବାଦ ସୃଷ୍ଟି କରିବା ଦୁର୍ଭାଗ୍ୟଜନକ ବିଷୟ ବୋଲି କହିଛି ପିଓମ ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି, 'ପ୍ରଧାନମନ୍ତ୍ରୀଙ୍କ ବୟାନକୁ ଭୁଲ ଭାବରେ ଉପସ୍ଥାପନା କରିବାର ପ୍ରୟାସ କରାଯାଉଛି । ମୋଦିଙ୍କ ଟିପ୍ପଣିକୁ ନେଇ ବିବାଦ ସୃଷ୍ଟି କରିବା ଦୁର୍ଭାଗ୍ୟଜନକ ବିଷୟ । ପ୍ରକୃତ ନିୟନ୍ତ୍ରଣ ରେଖା ଭାରତୀୟ ସୀମାରେ ଚୀନ ସେନାର ଅନୁପସ୍ଥିତି ଟିପ୍ପଣି ଯବାନଙ୍କ ବୀରତ୍ବ ପରବର୍ତ୍ତୀ ପରିସ୍ଥିତି ସହ ଜଡିତ । ଭାରତୀୟ ଯବାନଙ୍କ ବଳିଦାନ ଚୀନର ଅନୁପ୍ରବେଶ ପ୍ରୟାସକୁ ବିଫଳ କରିଛି । '
ପିଏମଓ ପକ୍ଷରୁ ଆହୁରି କୁହାଯାଇଛି ଯେ, 'ବୀର ସୈନିକ ନିଜ ଜୀବନ ଦେଇ ଆମ ଦେଶକୁ ସୁରକ୍ଷା ଦେଉଛନ୍ତି । ଏଭଳି ସମୟରେ ପ୍ରଧାନମନ୍ତ୍ରୀଙ୍କ ଟିପ୍ପଣିକୁ ନେଇ ଅନାବଶ୍ୟକ ବିବାଦ ସୃଷ୍ଟି କରିବା ଦୁର୍ଭାଗ୍ୟଜନକ । ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ସ୍ପଷ୍ଟ କରାଯାଉଛି ଯେ, ସୀମା ପାର କରିବାର ଯେକୌଣସି ପ୍ରୟାସର କଡା ଜବାବ ଦିଆଯିବ ।'