ନୂଆଦିଲ୍ଲୀ: ଜବାହାରଲାଲ୍ ନେହେରୁ ବିଶ୍ବବିଦ୍ୟାଳୟରେ ଫିସ୍ ବଢିବାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ଷୋଭ ଦେଖିବାକୁ ମିଳିଛି । ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ହଜାର ହଜାର ଛାତ୍ରଛାତ୍ରୀ ଆନ୍ଦୋଳନ କରୁଥିବାରୁ ମାମଲା ବର୍ତ୍ତମାନ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଲାଣି ।
ଅଶାନ୍ତ JNU: ମାନବସମ୍ବଳ ବିଭାଗ ଦେବ ରିପୋର୍ଟ - ମାନବସମ୍ବଳ ବିଭାଗ ଦେବ ରିପୋର୍ଟ
ଜେଏନୟୁ ଛାତ୍ର ବିବାଦ ତେଜିବାକୁ ଲାଗିଛି । ବର୍ଦ୍ଧିତ ଫିସକୁ ନେଇ ତାତିଛନ୍ତି ଛାତ୍ର । ଅନ୍ୟପକ୍ଷେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଲାଣି କଥା ।
ଏଆଇସିଟିଇ ମୁଖ୍ୟାଳୟ ବାହାରେ ଜେଏନୟୁ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ରାଷ୍ଟ୍ରପତି ସମେତ ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଲାଣି । ପ୍ରକାଶଥାଉକି, ଜେଏନୟୁ ଛାତ୍ର ହଷ୍ଟେଲ ଫିସ ବଢାଇବାକୁ ବିରୋଧ କରି ମାସେ ହେବ କୁଳପତି ଏମ ଜଗଦୀଶଙ୍କ ସହ କଥା ହେବାକୁ ଚାହୁଁଛନ୍ତି । ଛାତ୍ରଙ୍କ ବିରୋଧ ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ଟ୍ରେଣ୍ଡ କରୁଛି ।
ସାଧାରଣ ବ୍ୟକ୍ତି ମଧ୍ୟ ଏହି ଆନ୍ଦୋଳନ ସହ ଯୋଡି ହୋଇଛନ୍ତି । ସାଧାରଣ ଛାତ୍ରଙ୍କ ସମେତ ଦିବ୍ୟାଙ୍ଗ ଛାତ୍ର ମଧ୍ୟ ସାମିଲ ଅଛନ୍ତି । ଆସନ୍ତା ସପ୍ତାହ ମଧ୍ୟରେ ୟୁଜିସି ହଷ୍ଟେଲ ନିୟମକୁ ନେଇ ଡ୍ରାଫ୍ଟ ପ୍ରସ୍ତୁତ କରିବ । ଅନ୍ୟପକ୍ଷେ ସରକାରଙ୍କ କହିବା କଥା, ଯଦି କୁଳପତି ଛାତ୍ରଙ୍କ ସହ କଥା ହୋଇଥାନ୍ତେ ତେବେ କ୍ୟାମ୍ପସ କଥା ରାସ୍ତାକୁ ଆସିନଥାନ୍ତା । ଅନ୍ୟପକ୍ଷେ ମାନବ ସମ୍ବଳ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଅଫିସକୁ ରିପୋର୍ଟ ଦେବା ପାଇଁ କୁହାଯାଇଛି ।