ନୂଆଦିଲ୍ଲୀ:ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟ ଓ ସୁରଟ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ସୋମବାର ଭୂମିପୂଜନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସି ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହେବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟ ପକ୍ଷରୁ ସୂଚନା ମିଳିଛି ।
ଆଜି(ସୋମବାର) ଗୁଜୁରାଟର ସହରାଞ୍ଚଳବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଥିବା ଦୁଇଟି ପ୍ରକଳ୍ପ ନିମନ୍ତେ ବହୁତ ଗୁରୁତ୍ବପୂର୍ଣ୍ଣ ଦିନ । ଏହି ଦୁଇଟି ମେଟ୍ରୋ ପ୍ରକଳ୍ପ ସମ୍ପୃକ୍ତ ସହରମାନଙ୍କରେ ପରିବେଶ ଅନୁକୂଳ ‘ସର୍ବସାଧାରଣ ଦ୍ରୁତଗାମୀ ପରିବହନ ବ୍ୟବସ୍ଥା’ ଯୋଗାଇଦେବ ବୋଲି ବିଜ୍ଞପ୍ତି ପକ୍ଷରୁ ପ୍ରକାଶ କରାଯାଇଛି ।
ଅହମ୍ମଦାବାଦ ମେଟ୍ରୋ ରେଳ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟ 28.25 କିଲୋମିଟର ଲମ୍ବ ହେବା ସହିତ ଦୁଇଟି କୋରିଡର ବିଶିଷ୍ଟ ହେବ। କରଡର-1 ଲମ୍ବ 22.8 କିଲୋମିଟରର ଏବଂ ଏହା ମୋଟେରା ଷ୍ଟାଡିୟମ ଠାରୁ ମହାତ୍ମାମନ୍ଦିର ପର୍ଯ୍ୟନ୍ତ ଯିବ । କରିଡର-2ର ଲମ୍ବ 5.4 କିଲୋମିଟର ଏବଂ ଏହା ଜିଏନ୍ଏଲ୍ୟୁରୁ ଜିଆଇଏଫ୍ଟି ସହର ପର୍ଯ୍ୟନ୍ତ ଯିବ । ଦ୍ବିତୀୟ ପର୍ଯ୍ୟାୟ ପ୍ରକଳ୍ପର ମୋଟ୍ ନିର୍ମାଣ ମୂଲ୍ୟ 5384 କୋଟି ଟଙ୍କା ଅଟକଳ ହୋଇଛି ।