ଓଡିଶା

odisha

ETV Bharat / bharat

ପୁଲୱାମା ପ୍ରସଙ୍ଗ; ବିରୋଧୀଙ୍କ ସ୍ବାର୍ଥ ରାଜନୀତିକୁ ପିଏମଙ୍କ ଟାର୍ଗେଟ

ରାଷ୍ଟ୍ରୀୟ ଏକତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ। ଷ୍ଟାଚ୍ୟୁ ଅଫ ୟୁନିଟରେ ସର୍ଦ୍ଦାର ବଲ୍ଲଭ ଭାଇଙ୍କୁ ଶ୍ରଦ୍ଧାଞ୍ଜଳି ଉଦବୋଧନ ଦେଇଛନ୍ତି ପିଏମ । ଅଧିକ ପଢନ୍ତୁ...

ବିରୋଧୀଙ୍କ ସ୍ବାର୍ଥ ରାଜନୀତିକୁ ପିଏମଙ୍କ ଟାର୍ଗେଟ
ବିରୋଧୀଙ୍କ ସ୍ବାର୍ଥ ରାଜନୀବିରୋଧୀଙ୍କ ସ୍ବାର୍ଥ ରାଜନୀତିକୁ ପିଏମଙ୍କ ଟାର୍ଗେଟତିକୁ ପିଏମଙ୍କ ଟାର୍ଗେଟ

By

Published : Oct 31, 2020, 11:27 AM IST

ଅହମ୍ମଦାବାଦ: ରାଷ୍ଟ୍ରୀୟ ଏକତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । ପାକିସ୍ତାନ ସଂସଦରେ ପୁଲୱାମା ଆକ୍ରମଣ ସ୍ବୀକୃତ୍ବ ପରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ଦେଇଛନ୍ତି । ପୁଲୱାମା ଆକ୍ରମଣରେ ସ୍ବାର୍ଥ ରାଜନୀତିକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପିଏମ ।

ପୁଲାୱାମା ଆକ୍ରମଣରେ ଯବାନମାନେ ବଳିଦାନ ଦେଇଥିଲେ । ହେଲେ ଏହି ସମୟରେ ବିରୋଧୀଙ୍କ ସ୍ବାର୍ଥ ରାଜନୀତି କଦାପି ଦେଶବାସୀ ଭୁଲିବେ ନାହିଁ । ପାକିସ୍ତାନ ସାଂସଦରେ ପୁଲୱାମା ଆକ୍ରମଣ ସ୍ବୀକାର କରି ନିଜର ଅସଲି ଚେହେରାକୁ ପର୍ଦ୍ଦାଫାସ କରିଛି । ଏହା ପରେ ବିରୋଧୀଙ୍କ ମୁଖା ଖୋଲିଛି ବୋଲି ସେ କହିଛନ୍ତି ।

ଦେଶର ସମସ୍ତ ରାଜନୈତିକ ଦଳକୁ ଦେଶର ସୁରକ୍ଷା ହିତରେ ଓ ସୁରକ୍ଷାବଳଙ୍କ ମନୋବଳ ଦିଗରେ କୌଣସି ରାଜନୈତିକ ନ କରିବାକୁ ମୋଦି ନିବେଦନ କରିଛନ୍ତି । ସ୍ବାର୍ଥତା ପାଇଁ ଜାଣତରେ ହେଉ କି ଜାଣିଶୁଣି ଦେଶଦ୍ରୋହୀଙ୍କ ସହ ହାତ ମିଳାଇଲେ କାହାର ଉଚିତ ହେବ ନାହିଁ ବୋଲି ମୋଦି କହିଛନ୍ତି।

ସର୍ବଦା ମନେ ରଖିବାକୁ ହେବ ଆମର ଗୋଟିଏ ସ୍ବାର୍ଥ ଦେଶ ହିତ ।ଯେତେବେଳେ ଆମେ ସମସ୍ତଙ୍କ ହିତ ବିଷୟରେ ଚିନ୍ତା କରିବା ତେବେ ଆମର ଅଗ୍ରଗତି ସାଙ୍ଗକୁ ଉନ୍ନତି ହେବ ।

ଏଥିସହ ଆତଙ୍କବାଦୀ ସମଗ୍ର ବିଶ୍ବ ପାଇଁ ବଡ ଚିନ୍ତାର ବିଷୟ ପାଲଟିଛି । ଆତଙ୍କବାଦ ବିରୋଧରେ ପୁରା ବିଶ୍ବକୁ ଏକଜୁଟ ହେବାକୁ ପଡିବ । ବିବିଧତାରେ ଏକତା ଆମର ପରିଚୟ । ଏହାକୁ ଭାଙ୍ଗିବାକୁ ଅହରହ ଉଦ୍ୟମ ଜାରି ରହିଛି । ହେଲେ ଏକତା ହିଁ ଅଦ୍ବିତୀୟ ବୋଲି ସେ କହିଛନ୍ତି ।

ଏଥିସହ ପୁରା ବିଶ୍ବକୁ କୋରୋନା ମହାମାରୀ ପ୍ରଭାବିତ କରିଛି । ମହାମାରୀର ମୁକାବିଲାରେ ଦେଶବାସୀଙ୍କ ଉଦ୍ୟମକୁ ପିଏମ ପ୍ରଶଂସା କରିଥିଲେ । କୋରୋନା ବିପକ୍ଷରେ ଏକ ଦେଶବାସୀ ଲଢୁଛନ୍ତି ବୋଲି ମୋଦି କହିଛନ୍ତି ।

ABOUT THE AUTHOR

...view details