ଓଡିଶା

odisha

ETV Bharat / bharat

କୋଭିଡ୍ ସଙ୍କଟରୁ ଅଣ୍ଟା ସଳଖିବାକୁ ଉଠା ଦୋକାନୀଙ୍କ ପାଇଁ ପିଏମଙ୍କ ସ୍ୱନିଧି ଯୋଜନା - street-vendors-amid-covid-19-crisis

ଉଠା ଦୋକାନୀଙ୍କୁ ସୁଲଭ ଦରରେ ଋଣ ପ୍ରଦାନ କରାଯିବ। ଏନେଇ ଏକ ସ୍ବତନ୍ତ୍ର ମାଇକ୍ରୋ କ୍ରେଡିଟ୍ ସୁବିଧା ଯୋଜନା ପିଏମ ସ୍ୱନିଧି ଯୋଜନା ଆରମ୍ଭ କରାଯାଇଛି।

କୋଭିଡ୍ ସଙ୍କଟରୁ ଅଣ୍ଟା ସଳଖିବାକୁ ଉଠା ଦୋକାନୀଙ୍କ ପାଇଁ ପିଏମଙ୍କ ସ୍ୱନିଧି ଯୋଜନା
କୋଭିଡ୍ ସଙ୍କଟରୁ ଅଣ୍ଟା ସଳଖିବାକୁ ଉଠା ଦୋକାନୀଙ୍କ ପାଇଁ ପିଏମଙ୍କ ସ୍ୱନିଧି ଯୋଜନା

By

Published : Jun 2, 2020, 12:52 PM IST

ନୂଆଦିଲ୍ଲୀ: ଉଠା ଦୋକାନୀଙ୍କୁ ସୁଲଭ ଦରରେ ରଣ ପ୍ରଦାନ କରାଯିବ। ଏନେଇ ଏକ ସ୍ବତନ୍ତ୍ର ମାଇକ୍ରୋ କ୍ରେଡିଟ୍ ସୁବିଧା ଯୋଜନା ପିଏମ ସ୍ୱନିଧି ଯୋଜନା ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ସୋମବାର ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି।

କୋଭିଡ୍ ସଙ୍କଟ ପରେ ରାସ୍ତାଘାଟରେ ବିକ୍ରେତାମାନଙ୍କୁ କାର୍ଯ୍ୟ ଆରମ୍ଭ କରିବା ଏବଂ ଜୀବିକା ନିର୍ବାହ କରିବାରେ ଏହି ଯୋଜନା ଏକ ଦୀର୍ଘ ରାସ୍ତା ଅତିକ୍ରମ କରାଇବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।

ଉଠା ଦୋକାନୀଙ୍କୁ ସୁଲଭ ରଣ ଯୋଗାଇବା ପାଇଁ ଗୃହ ଏବଂ ନଗର ବ୍ୟାପାର ମନ୍ତ୍ରଣାଳୟ ଦ୍ବାରା ଲଞ୍ଚ କରାଯାଇଥିବା ଏହି ସ୍ୱତନ୍ତ୍ର ମାଇକ୍ରୋ-କ୍ରେଡିଟ୍ ସୁବିଧା ଯୋଜନା ପିଏମ ସ୍ୱନିଧି ଓ ପିଏମ ଷ୍ଟ୍ରିଟ ଭେଣ୍ଡର ଆତ୍ମନିର୍ଭରନିଧି ଆରମ୍ଭ ହୋଇଛି।

ବିବୃତ୍ତିରେ କୁହାଯାଇଛି ଯେ ବିଭିନ୍ନ କ୍ଷେତ୍ର ଯଥା, ପେପର ବିକ୍ରେତା, ଠେଲାୱାଲା, ଫଳବାଲା ଇତ୍ୟାଦି 50 ଲକ୍ଷରୁ ଅଧିକ ଲୋକ ଏହି ଯୋଜନାରେ ଉପକୃତ ହୋଇପାରିବେ। ରାସ୍ତାଘାଟ ଖାଦ୍ୟ, ଚା, ପକୋଡା, ରୁଟି, ଅଣ୍ଡା, ବସ୍ତ୍ର, ପୋଷାକ, ପାଦୁକା, କାରିଗରୀ କାର୍ଯ୍ୟ କରୁଥିବା ବ୍ୟକ୍ତି ଏଥିରେ ସାମିଲ ରହିବେ।

ତେବେ କୋଭିଡ୍ ମହାମାରୀ ସମୟରେ ଏହି ତଳିଆ ଶ୍ରେଣୀର ଲୋକଙ୍କୁ ଜରୁରୀ ସହାୟତା ପ୍ରଦାନ କରି ସେମାନଙ୍କ ବ୍ୟବସାୟ ପୁଣି ଥରେ ଆରମ୍ଭ କରିବାକୁ ହାତ ବଢାଇଛନ୍ତି ସରକାର।

ABOUT THE AUTHOR

...view details