ଓଡିଶା

odisha

ETV Bharat / bharat

'ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିର ଅର୍ଥ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଦାନ କରାଯାଇଥିଲା' - କଂଗ୍ରେସ

କଂଗ୍ରେସ ଶାସନକାଳ ସମୟରେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିର ଅର୍ଥ କଂଗ୍ରେସ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଦାନ କରିଥିଲା ବୋଲି ଟ୍ବିଟ କରି ଦାବି କରିଛନ୍ତି ନଡ୍ଡା ।

ନଡ୍ଡା
ନଡ୍ଡା

By

Published : Jun 26, 2020, 12:07 PM IST

ନୂଆଦିଲ୍ଲୀ: କଂଗ୍ରେସ ଦଳର ରାଜୀବ ଗାନ୍ଧୀ ପାଣ୍ଠିକୁ ନେଇ ଆଉ ଏକ ନୂଆ ଦାବି କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କଂଗ୍ରେସ ଶାସନକାଳ ସମୟରେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିର ଅର୍ଥ କଂଗ୍ରେସ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଦାନ କରିଥିଲା ବୋଲି ଟ୍ବିଟ କରି କହିଛନ୍ତି ନଡ୍ଡା ।

ଶୁକ୍ରବାର ନଡ୍ଡା ଟ୍ବିଟ କରି କହିଛନ୍ତି, 'ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ସଙ୍କଟ ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଥାଏ । କିନ୍ତୁ ୟୁପିଏ ସରକାରଙ୍କ ସମୟରେ ଏହି ଟଙ୍କା ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଦାନ କରାଯାଉଥିଲା । ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ବୋର୍ଡର ଦେଖାରେଖା ସୋନିଆ ଗାନ୍ଧୀ କରୁଥିଲେ । ରାଜୀବ ଗାନ୍ଧୀ ଫାଉଣ୍ଡେସନର ଅଧ୍ୟକ୍ଷତା ମଧ୍ୟ ସୋନିଆ ଗାନ୍ଧୀ ହିଁ କରୁଥିଲେ । କିଭଳି ନୈତିକତା ଏବଂ ପ୍ରକ୍ରିୟା ଆଧାରରେ ପାରିଦର୍ଶିତା ସହ ସାଲିସ କରାଗଲା ତାହା ସ୍ପଷ୍ଟ ନଜର ଆସୁଛି । ଏହା ସମ୍ପୂର୍ଣ୍ଣ ଭାବରେ ନିନ୍ଦନୀୟ ।'

ସେ ଆହୁରି କହିଛନ୍ତି, ଭାରତର ଲୋକ ନିଜର କଠିନ ପରିଶ୍ରମରୁ ଅର୍ଜନ କରିଥିବା ଟଙ୍କା ଆବଶ୍ୟକ ଥିବା ଲୋକଙ୍କ ସାହାଯ୍ୟ ପାଇଁ ଦାନ କରିଥିଲେ । କିନ୍ତୁ ୟୁପିଏ ସରକାର ଏହି ସାର୍ବଜନିନ ଟଙ୍କାକୁ ପରିବାର ସଂଚାଳିତ ଏକ ଫାଉଣ୍ଡେସନରେ ଦାନ କରିଦେଲେ । ଏଭଳି କରି ୟୁପିଏ ସରକାର ଲୋକଙ୍କୁ ଧୋକା ଦେଇଛନ୍ତି ବୋଲି ନଡ୍ଡା କହିଛନ୍ତି ।

ABOUT THE AUTHOR

...view details