ନୂଆଦିଲ୍ଲୀ: କୋଲକାତାରେ 5 ନଭେମ୍ବରରେ ଆରମ୍ଭ ହେଉଛି ଚାରି ଦିବସୀୟ ଅନ୍ତରାଷ୍ଟ୍ରୀୟ ବିଜ୍ଞାନ ମହୋତ୍ସବ(IISF-2019)। ଏହି କାର୍ଯ୍ୟକ୍ରମରେ ଭିଡିଓ କନଫେରେନ୍ସ ଜରିଆରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ଘୋଷଣା କରିଛି ଆଇଆଇଏଫସି ।
ଅନ୍ତରାଷ୍ଟ୍ରୀୟ ବିଜ୍ଞାନ ମହୋତ୍ସବରେ ‘ସାଇନ୍ସ କ୍ଲାସ’ ନେବେ ମୋଦି - ଅନ୍ତରାଷ୍ଟ୍ରୀୟ ବିଜ୍ଞାନ ମେଳା
କୋଲକାତାରେ ଆୟୋଜିତ ହେବ ଅନ୍ତରାଷ୍ଟ୍ରୀୟ ବିଜ୍ଞାନ ମେଳା । ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଓ ଭାରତ ସରକାରଙ୍କ ମିଳିତ ଉଦ୍ୟମରେ ଏହି ବାର୍ଷିକ ଉତ୍ସବ ଆୟୋଜିତ କରାଯିବ । ଏହି କାର୍ଯ୍ୟକ୍ରମରେ ଦେଶ-ବିଦେଶରୁ 12 ହଜାର ପ୍ରତିଯୋଗୀ ଭାଗ ନେବେ । ମହୋତ୍ସବ ସମୟରେ କିଛି କାର୍ଯ୍ୟକ୍ରମ ସତ୍ୟଜିତ ରେ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ, ବୋସ ଇନଷ୍ଟିଚ୍ୟୁଟ, ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ କେମିକାଲ ବାଓଲୋଜି ଠାରେ ମଧ୍ୟ ଆୟୋଜିତ ହେବ ।
ଏହି ମହୋତ୍ସବର ମୁଖ୍ୟ ଆକର୍ଷଣ ହେବ ‘ଛାତ୍ର ବିଜ୍ଞାନ ଗ୍ରାମ’ । ଏଥିରେ ଦେଶର ବିଭିନ୍ନ ଭାଗର ପ୍ରାୟ 2500 ସ୍କୁଲ ଛାତ୍ରଛାତ୍ରୀ ଭାଗ ନେବେ । ଦ୍ବିତୀୟରେ ‘ଯୁବ ବୈଜ୍ଞାନିକ ସମ୍ମିଳନୀ’ ମଧ୍ୟ ଆୟୋଜିତ ହେବ । ଏଥିରେ ପ୍ରାୟ 1500 ଯୁବ ବୈଜ୍ଞାନିକ ସାମିଲ ହେବେ । ସେମାନେ ଅନ୍ତରାଷ୍ଟ୍ରୀୟ ଖ୍ୟାତିପ୍ରାପ୍ତ ବୈଜ୍ଞାନିକଙ୍କ ସହ ସିଧାସଳଖ କଥା ହୋଇପାରିବେ ।