ନୂଆଦିଲ୍ଲୀ: ଚୀନରେ ଅଣାୟତ ହେବାରେ ଲାଗିଛି କୋରୋନା ଭାଇରସ । ମହାମାରୀ କୋରୋନାରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା 800 ଟପିଥିବା ବେଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଉପୁଜିଛି । ଦେଶର ଏଭଳି ଘଡିସନ୍ଧି ସମୟରେ ବନ୍ଧୁର କର୍ତ୍ତବ୍ୟ ନିଭାଇଛି ଭାରତ ।
କୋରୋନା ପ୍ରକୋପ, ଚୀନକୁ ସହାୟତାର ହାତ ବଢାଇଲା ଭାରତ - ଚୀନ ରାଷ୍ଟ୍ରପତିଙ୍କୁ ଚିଠି
କୋରୋନା ଭାଇରସକୁ ନେଇ ଚୀନ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାଇରସ କବଳରୁ ବର୍ତ୍ତିବା ପାଇଁ ଭାରତ ସହଯୋଗ କରିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।
![କୋରୋନା ପ୍ରକୋପ, ଚୀନକୁ ସହାୟତାର ହାତ ବଢାଇଲା ଭାରତ pm narendra modi write letter to china president](https://etvbharatimages.akamaized.net/etvbharat/prod-images/768-512-6014142-thumbnail-3x2-corona.jpg)
କୋରୋନା ପ୍ରକୋପ, ଭାରତ ବଢାଇଲା ଚୀନକୁ ସହାୟତର ହାତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ପତ୍ର ଲେଖିଛନ୍ତି । ମୋଦି ଲେଖିଛନ୍ତି, କୋରୋନା ଭାଇରସ ପ୍ରକୋପ ବଢି ଚାଲିଥିବା ବେଳେ ଚୀନ ସହ ଭାରତ ଅଛି । ଏଥିରୁ ମୁକ୍ତି ପାଇବା ପାଇଁ ଭାରତ ସହଯୋଗ କରିବ । ଚୀନରେ କୋରାନା ଭାଇରସ ମହାମାରୀର ରୂପ ଧାରଣ କରିଛି । ଏହି ଭାଇରସରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନେଇ ସମଗ୍ର ବିଶ୍ବ ଚିନ୍ତା ପ୍ରକଟ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ