ନୂଆଦିଲ୍ଲୀ: ଆସନ୍ତା ଜୁଲାଇ 6 ରୁ ନିଜର ସଦସ୍ୟତା ଅଭିଯାନ ଆରମ୍ଭ କରିବ ଭାରତୀୟ ଜନତା ପାର୍ଟି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀରୁ ଦଳ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିବେ । ସେପଟେ ଗୃହମନ୍ତ୍ରୀ ତଥା ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ତେଲେଙ୍ଗାନାରେ ଏହି ଅଭିଯାନ କରିବେ । ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ମଙ୍ଗଳବାର ଦଳ ସଚିବଙ୍କ ସହ ନୂଆଦିଲ୍ଲୀରେ ଏକ ବୈଠକ କରିଥିଲେ । ବୈଠକ ପରେ ବିଜେପିର ବରିଷ୍ଠ ନେତା ଶିବରାଜ ସିଂହ ଚୌହାନ ଏନେଇ ସୂଚନା ଦେଇଛନ୍ତି ।
ଜୁଲାଇ 6ରୁ ବିଜେପିରେ ଯୋଡି ହେବେ ନୂଆ ସଦସ୍ୟ; ବାରାଣାସୀରୁ ଅଭିଯାନ ଆରମ୍ଭ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରାଣାସୀରୁ ବିିଜେପି ସଦସ୍ୟତା ଅଭିଯାନ ଆରମ୍ଭ କରିବେ ।
ଫାଇଲ ଫଟୋ
ବିଜେପି ସମଗ୍ର ଦେଶରେ ନୂଆ ସଦସ୍ୟଙ୍କୁ ଯୋଡିବା ପାଇଁ ଏହି ଅଭିଯାନ ଆରମ୍ଭ କରିଛି । ତେବେ ରାଜଧାନୀ ଦିଲ୍ଲୀରେ ହିଁ ବୁଥ ସ୍ତରର କାର୍ଯ୍ଯକର୍ତ୍ତାଙ୍କୁ 14 ଲକ୍ଷ ନୂଆ ସଦସ୍ୟଙ୍କୁ ଯୋଡିବାର ଟାର୍ଗେଟ ଦିଆଯାଇଛି ।