ଓଡିଶା

odisha

ETV Bharat / bharat

ବୁଧବାର ମଧ୍ୟପ୍ରଦେଶର ବୁଲାବିକାଳୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସ୍ବନିଧି ସମ୍ବାଦ - ମଧ୍ୟପ୍ରଦେଶ ବୁଲାବିକାଳୀ

ବୁଧବାର ମଧ୍ୟପ୍ରଦେଶର ବୁଲାବିକାଳୀଙ୍କ ସହ କରିବେ ସ୍ବନିଧି ସମ୍ବାଦ କରିବେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା ଅନ୍ତର୍ଗତ ଦେଶରେ ମୋଟ ଆବେଦନର 47 ପ୍ରତିଶତ ମଧ୍ୟପ୍ରଦେଶର ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ବୁଧବାର ମଧ୍ୟପ୍ରଦେଶର ବୁଲାବିକାଳୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସ୍ବନିଧି ସମ୍ବାଦ
ବୁଧବାର ମଧ୍ୟପ୍ରଦେଶର ବୁଲାବିକାଳୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସ୍ବନିଧି ସମ୍ବାଦ

By

Published : Sep 8, 2020, 7:18 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ମଧ୍ୟପ୍ରଦେଶର ବୁଲାବିକାଳୀଙ୍କ ସହ କରିବେ ସ୍ବନିଧି ସମ୍ବାଦ । ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନା ଅନ୍ତର୍ଗତ ଦେଶରେ ମୋଟ ଆବେଦନର 47 ପ୍ରତିଶତ ମଧ୍ୟପ୍ରଦେଶର ବୋଲି ଜଣାପଡିଛି ।

ମହାମାରୀ କୋରୋନା ଯୋଗୁଁ ବୁଲାବିକାଳୀଙ୍କ ଜୀବନ ଜୀବିକା ଉପରେ ପଡିଛି ବ୍ୟାପକ ପ୍ରଭାବ । ତେବେ ଏହି ବୁଲା ବିକାଳୀଙ୍କ ଜୀବନକୁ ସ୍ବଭାବିକ କରିବା ପାଇଁ ଜୁନ 1ରେ ସ୍ବନିଧି ଯୋଜନା ଆରମ୍ଭ କରିଥିଲେ କେନ୍ଦ୍ର ସରକାର ।

ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାରେ ଦେଶର ପାଖାପାଖି 1 ଲକ୍ଷରୁ ଉର୍ଦ୍ଧ୍ବ ବୁଲା ବିକାଳୀଙ୍କୁ ସୁଲଭ ମୂଲ୍ୟରେ ଋଣ ମଞ୍ଜୁର କରିସାରିଛନ୍ତି କେନ୍ଦ୍ରସରକାର । 'ଆତ୍ମନିର୍ଭର ଭାରତ' ଅନ୍ତର୍ଗତ ଏହି ଋଣ ମଞ୍ଜୁର ହୋଇଛି । ତେବେ ଏହା ଦ୍ବାରା ଦେଶର ବୁଲାବିକାଳୀ ଲାଭବାନ ହେବା ସହ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ପିଏମ ସ୍ବନିଧି ଯୋଜନାର ଆରମ୍ଭ ହୋଇଥିଲା। ଏହି ଯୋଜନାରେ 10,000 ଟଙ୍କା ପର୍ଯ୍ୟନ୍ତ ଏକ ବର୍ଷ ମଧ୍ୟରେ ସହରାଞ୍ଚଳର ପ୍ରାୟ 50 ଲକ୍ଷ ବୁଲାବିକାଳୀଙ୍କୁ ଋଣ ଦିଆଯିବାର ଲକ୍ଷ ରଖାଯାଇଛି | ଋଣର ନିୟମିତ ପରିଶୋଧ ଉପରେ ବାର୍ଷିକ ସୁଧ 7 ପ୍ରତିଶତ ହାରରରେ ପ୍ରୋତ୍ସାହନ, ନିର୍ଦ୍ଦିଷ୍ଟ ଡିଜିଟାଲ କାରବାର କରିବା ପାଇଁ ବାର୍ଷିକ 1200 ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ଏବଂ ପରବର୍ତ୍ତୀ ଋଣ ପାଇଁ ଯୋଗ୍ୟତା ମଧ୍ୟ ପ୍ରଦାନ କରାଯାଇଛି |

ABOUT THE AUTHOR

...view details