ଓଡିଶା

odisha

ସନ୍ଧ୍ୟା 8.30ରେ ମିଳିତ ଜାତିସଂଘକୁ ପ୍ରଥମ ଥର ସମ୍ବୋଧିତ କରିବେ ମୋଦି

By

Published : Jul 17, 2020, 8:56 AM IST

Updated : Jul 17, 2020, 1:29 PM IST

ମିଳିତ ଜାତିସଂଘର 75 ତମ ବାର୍ଷିକୀ ଅବସରରେ ନ୍ୟୁୟର୍କରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପିଏମ ମୋଦି । ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେବା ପରେ ମୋଦିଙ୍କ ଏହା ପ୍ରଥମ ଭାଷଣ । ଅଧିକ ପଢନ୍ତୁ...

ମିଳିତ ଜାତିସଂଘକୁ ପ୍ରଥମ ଥର ସମ୍ବୋଧିତ କରୁଛନ୍ତି ମୋଦି
ମିଳିତ ଜାତିସଂଘକୁ ପ୍ରଥମ ଥର ସମ୍ବୋଧିତ କରୁଛନ୍ତି ମୋଦି

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘର ଅର୍ଥନୈତିକ ଓ ସାମାଜିକ ପରିଷଦ (ECOSOC)ର ଉଚ୍ଚସ୍ତରୀୟ ବିଭାଗର ମୂଲ୍ୟବୋଧକୁ ସମ୍ବୋଧିତ କରିବେ । ସନ୍ଧ୍ୟା 08.30 ମିନିଟ ସମୟରେ ମହାମାରୀ କୋଭିଡ ପରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ମୋଦି । ଏନେଇ ଖୋଦ ପିଏମ ଟ୍ବିଟ କରି ସୂଚନା ଦେଇଛନ୍ତି । ଚଳିତ ବର୍ଷ ଆରମ୍ଭରେ ସୁରକ୍ଷା ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହେବା ପରେ ମିଳିତ ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ପ୍ରଥମ ଭାଷଣ ।

ନରୱେର ପ୍ରଧାନମନ୍ତ୍ରୀ ତଥା ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସଙ୍କ ସହ ସମାପ୍ତ ଅଧିବେଶନରେ ମୋଦି ଭାଷଣ ଦେବେ। ପିଏମଙ୍କ ଏହି ସମ୍ବୋଧନ ସମ୍ପୂର୍ଣ୍ଣ ଭର୍ଚୁଆଲ ରହିବ ।

ECOSOC ଅନ୍ତର୍ଜାତୀୟ ଅର୍ଥନୈତିକ ଓ ସାମାଜିକ ପ୍ରସଙ୍ଗ ଉପରେ ଆଲୋଚନା କରିବା ଓ ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ରମାନଙ୍କୁ ଦିଆଯାଇଥିବା ନୀତି ସୁପାରିଶ ଗଠନ ପାଇଁ କେନ୍ଦ୍ରୀୟ ଫୋରମ୍ ଭାବରେ କାର୍ଯ୍ୟ କରେ । 1945 ରେ ଗଠନ ହୋଇଥିଲା । ଚଳିତ ବର୍ଷ ପରିଷଦର 75 ତମ ବାର୍ଷିକୀ ପାଳନ କରାଯିବ ।

ଗତ ବର୍ଷ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମୋଦି ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ଏହା ପରେ ଆତଙ୍କବାଦ ବିରୋଧରେ ଏକଜୁଟ ହେବାକୁ ଅନ୍ତର୍ଜାତୀୟ ସମୁଦାୟକୁ ନିବେଦନ କରିଥିଲେ।

ଭାରତ ଦୁଇ ବର୍ଷ ଧରି ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବରେ ନିର୍ବାଚିତ ହୋଇଆସିଛି। ଚଳିତ ବର୍ଷ ଭାରତ ସପକ୍ଷରେ 192 ଟି ମଧ୍ୟରୁ 184 ଟି ଭୋଟ ପଡିଥିଲା । ଭାରତର ଶେଷ କାର୍ଯ୍ୟକାଳ ଜାନୁୟାରୀ 1, 2021 ରେ ଶେଷ ହେବ। ଆମେରିକା, ବ୍ରିଟେନ, ଫ୍ରାନ୍ସ, ରୁଷ ଏବଂ ଚୀନ୍ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ । ଏହା ବ୍ୟତୀତ 10 ଟି ଅସ୍ଥାୟୀ ସଦସ୍ୟ ଅଛନ୍ତି ।

Last Updated : Jul 17, 2020, 1:29 PM IST

ABOUT THE AUTHOR

...view details