ନୂଆଦିଲ୍ଲୀ: ପ୍ରେମ ଦିବସରେ ପୁଲୱାମାରେ ରକ୍ତର ହୋଲି ଖେଳିଥିଲା ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦ । ଯେଉଁଥିରେ ଶହୀଦ ହୋଇଥିଲେ 40 ଭାରତୀୟ ବୀର ଯବାନ । ଏହି ଘଟଣାକୁ ବର୍ଷେ ପୁରୁଛି ସତ ହେଲେ ଆଜି ବି ଶୁଖିନି ସେ ଲୁହ । ଆଜି ସେହି ଶୀହୀଦ ଯବାନଙ୍କୁ ମନେ ପକାଇ ଭାବ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ସେମାନେ ଅସାଧାରଣ ବ୍ୟକ୍ତି ଥିଲେ। ଯେଉଁମାନେ ଦେଶର ସୁରକ୍ଷା କରିବାକୁ ଯାଇ ନିଜକୁ ସମର୍ପିତ କରିଛନ୍ତି । ସେହି ବୀର ବାହାଦୂରଙ୍କୁ ଦେଶବାସୀ କେବେ ଭୁଲିବେ ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପଟେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଶହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
‘ବୀର ବାହାଦୂରଙ୍କୁ ଭୁଲିବ ନାହିଁ ଦେଶ‘ - ଦେଶ ଭୁଲି ବ ନାହିଁ ବୀର ବାହାଦୂରଙ୍କୁ
ଦେଶକୁ ଦୋହଲାଇ ଦେଇଥିବା ପୁଲୱାମା ଆକ୍ରମଣକୁ ଆଜି ପୁରିଲା ବର୍ଷେ । ଆକ୍ରମଣରେ ଶହୀଦ ହୋଇଥିବା 40 ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି।
‘ଦେଶ ଭୁଲି ବ ନାହିଁ ବୀର ବାହାଦୂରଙ୍କୁ‘
୨୦୧୯ ଫେବ୍ରୁଆରୀ ୧୪ ତାରିଖରେ ଦେଶ ପ୍ରେମ ଦିବସ ପାଳନ କରୁଥିବା ବେଳେ ଘୃଣାର ମଞ୍ଜି ବୁଣିଥିଲା ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈସ ଏ ମହମ୍ମଦର ଆତଙ୍କବାଦୀ । ଜାମ୍ମୁକାଶ୍ମୀର ପୁଲୱାମାର ଲେଥପୋରା ନିକଟରେ ଧାଡି ଧାଡ଼ି ହୋଇ ଯାଉଥିବା ସିଆରପିଏଫ୍ ଯବାନଙ୍କ ବସ୍ରେ କରିଥିଲେ ଭୟଙ୍କର ବିସ୍ଫୋରଣ । ୩୦୦ କିଲୋଗ୍ରାମ ଆରଡିଏକ୍ସ ବୋଝେଇ କାର୍ ଯୋଗେ ଘଟାଇଥିଲେ ଏହି ବିସ୍ଫୋରଣ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଅନେକ ଦୂରରେ ଥିବା ଅଞ୍ଚଳ ଥରି ଉଠିଥିଲା । ଯବାନଙ୍କ ରକ୍ତରେ ଭିଜିଯାଇଥିଲା ରାଜପଥ । ଘଟଣାରେ ୪୦ ଜଣ ସିଆର୍ପିଏଫ୍ ଯବାନ ଶହୀଦ ହୋଇଥିଲେ ।