ଓଡିଶା

odisha

ETV Bharat / bharat

ଗୁରୁବାର ଇରାନ ରାଷ୍ଟ୍ରପତିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି - ଇରାନ ରାଷ୍ଟ୍ରପତିଙ୍କୁ ଭେଟିବେ ମୋଦି

ଗୁରୁବାର ନ୍ୟୁୟର୍କରେ ଇରାନ ରାଷ୍ଟ୍ରପତି ହସନ ରୁହାନୀଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହ ସାଇପ୍ରସ ରାଷ୍ଟ୍ରପତି ଓ ଗ୍ରୀସର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିବେ ପିଏମମ ମୋଦି।

ଫାଇଲ ଫଟୋ

By

Published : Sep 26, 2019, 10:30 AM IST

ୱାଶିଂଟନ: ଗୁରୁବାର ନ୍ୟୁୟର୍କରେ ଇରାନ ରାଷ୍ଟ୍ରପତି ହସନ ରୁହାନୀଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇରାନ ଉପରେ ଆମେରିକା ପକ୍ଷରୁ ଲଗାଯାଇଥିବା ପ୍ରତିବନ୍ଧକ ମଧ୍ୟରେ, ଉଭୟ ଦେଶର ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ହେବାକୁ ଥିବା ସାକ୍ଷାତକାର ଅନେକ ଦୃଷ୍ଟିରୁ ଗୁରୁତ୍ବ ବହନ କରୁଛି । ଏହା ସହିତ ପିଏମ ମୋଦି ସାଇପ୍ରସ ରାଷ୍ଟ୍ରପତି ନିକୋସ ଅନାସ୍ତାସୀଦେସ ଏବଂ ଗ୍ରୀସର ପ୍ରଧାନମନ୍ତ୍ରୀ କ୍ୟାରୀକୋସ ମିସ୍ତୋଟାକିସଙ୍କୁ ଭେଟିବେ।

ସାତ ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଜି ମଧ୍ୟ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଅନେକ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କୁ ଭେଟିବେ ସେ। ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ନ୍ୟୁୟର୍କରେ ଇସ୍ତୋନିୟାର ରାଷ୍ଟ୍ରପତି କ୍ରିସ୍ଟୀ କାଲିଜୁଲୈଡଙ୍କୁ ଭେଟିଥିଲେ। ଉଭୟ ନେତାଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ବନ୍ଧ ଉପରେ ଆଲୋଚନା ହୋଇଥିଲା । ଅନ୍ୟପଟେ ଆମେରିକା ଗସ୍ତ ସମୟରେ ପିଏମ ମୋଦି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆଡେର୍ଣ୍ଣଙ୍କୁ ଭେଟିଥିଲେ।

ABOUT THE AUTHOR

...view details