ଓଡିଶା

odisha

ETV Bharat / bharat

ଆଜି ‘ଚୌରୀଚୌରା’ ଶତବାର୍ଷିକୀ ଉତ୍ସବକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ - Chauri Chaura

ଆଜି ‘ଚୌରୀ ଚୌରା’ ଶତବାର୍ଷିକୀ ଉତ୍ସବକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ

By

Published : Feb 4, 2021, 8:58 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ଚୌରୀଚୌରା’ ଶତବାର୍ଷିକୀ ଉତ୍ସବକୁ ଉଦଘାଟନ କରିବେ । ଉତ୍ତରପ୍ରଦେଶ ଗୋରଖପୁରର ଚୌରୀଚୌରାରେ ଏହି ଉତ୍ସବ ହେବାକୁ ଥିବାବେଳେ ଦିନ 11 ଟାରେ ପ୍ରଧାନମନ୍ତ୍ରୀ ଏହାକୁ ଭିଡିଓ କନଫରେନ୍ସିଂରେ ଉଦଘାଟନ କରିବେ ।

ଦେଶର ସ୍ବାଧୀନତା ସଂଗ୍ରାମରେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ଭାବେ ପରିଚିତ ‘ଚୌରୀ ଚୌରା’ର 100 ବର୍ଷ ପୂର୍ତ୍ତି ଅବସରରେ ଏହି ଉତ୍ସବ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଚୌରୀ ଚୌରା ଶତବାର୍ଷିକୀ ସମାରୋହର ଡାକ ଟିକଟ ଉନ୍ମୋଚନ କରିବେ । ତାଙ୍କ ସହିତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ ।

ଉତ୍ତରପ୍ରଦେଶ ସରକାରଙ୍କ ଦ୍ବାରା ଯୋଜନା କରାଯାଇଥିବା ଶତବାର୍ଷିକୀ ଉତ୍ସବ ଏବଂ ବିଭିନ୍ନ କାର୍ଯ୍ୟକ୍ରମକୁ ସମସ୍ତ 75ଟି ଜିଲ୍ଲାରେ ଆଜିଠୁ ଆରମ୍ଭ କରାଯାଇ 2022 ଫେବୃଆରୀ 4 ତାରିଖ ଯାଏ ପାଳନ କରାଯିବ ।

ସୂଚନାଥାଉକି, 2022 ମସିହା ଫେବୃଆରୀ 4 ତାରିଖରେ ଚୌରୀଚୌରାରେ ଆନ୍ଦୋଳନକାରୀ ମାନେ ପୋଲିସ ଥାନାରେ ନିଆଁ ଲଗାଇ ଦେଇଥିଲେ । ଏଥିରେ 22 ଜଣ ପୋଲିସ ଅଧିକାରୀଙ୍କର ମୃତ୍ୟୁ ହୋଇଥିଲା ।

ABOUT THE AUTHOR

...view details