ନୂଆଦିଲ୍ଲୀ: କୋରୋନା ଲକଡାଉନର 4.0 ପର୍ଯ୍ୟାୟର ଆଜି ଶେଷ ଦିନ । ‘ମନ କି ବାତ’ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପୂର୍ବାହ୍ନ 11 ସମୟରେ ରେଡିଓ ପ୍ରୋଗ୍ରାମ ’ମନ କି ବାତ‘ରେ ଉଦବୋଧନ ଦେବେ ମୋଦି । ଲକଡାଉନ ସମୟରେ ମୋଦି 3ୟ ଥର ପାଇଁ ଦେଶବାସୀଙ୍କୁ ‘ମନ କି ବାତ’ କହିବେ ।
କାଲିଠୁ ଅନଲକ-1, ’ମନ କି ବାତ’ କହିବେ ମୋଦି - ମନ କି ବାତ
ଆଜି ପୂର୍ବାହ୍ନ 11 ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ’ମନ କି ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଅଧିକ ପଢନ୍ତୁ...
ପ୍ରଧାନମନ୍ତ୍ରୀ ମୋଦିଙ୍କ ଶେଷଥର ’ମନ କି ବାତ‘ ଏପ୍ରିଲ 26 ରେ ହୋଇଥିଲା । ଏହି ସମୟରେ ମୋଦି ଦେଶବାସୀଙ୍କୁ କରୋନା ଭାଇରସ ସହ ଲଢିବାକୁ ମାସ୍କ ପିନ୍ଧିବା ଏବଂ ସାଧାରଣ ସ୍ୱଚ୍ଛତା ପରି ଅଭ୍ୟାସ କରିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ଏହି ଅଭ୍ୟାସଗୁଡିକ ଜୀବନର ଅଂଶ ହେବା ଉଚିତ । ଏହା ଦ୍ବାରା ସଂକ୍ରମଣକୁ ରୋକାଯାଇପାରିବ ବୋଲି ପିଏମ କହିଥିଲେ ।
ଆଜି ‘ମନ କି ବାତ’ରେ ମୋଦି ନିଜ ସରକାରଙ୍କ ସଫଳତା ପୂର୍ବକ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂରଣ ଉପରେ କହିପାରନ୍ତି । ଗତକାଲି ଏକ ଚିଠି ମାଧ୍ୟମରେ ଦେଶବାସୀଙ୍କୁ ନିଜ ସରକାରଙ୍କ ଉପଲବ୍ଧ ଓ କୋରୋନା ଭାଇରସ ପ୍ରତି ଦେଶବାସୀଙ୍କ ଧୈର୍ଯ୍ୟକୁ ବର୍ଣ୍ଣନା କରିଥିଲେ । ଆସନ୍ତାକାଲି ଠାରୁ ଦେଶରେ ଲକଡାଉନ 5.0 ଲାଗୁ ହେବାକୁ ଯାଉଛି । କଣ୍ଟେନମେଣ୍ଟ ଜୋନରେ ଜୁନ 30 ଯାଏଁ ଲକଡାଉନ ନିୟମକୁ ବଳବତ୍ତର ରଖାଯିବ । ତେବେ ଏନେଇ ମଧ୍ୟ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିପାରନ୍ତି ।