ଓଡିଶା

odisha

By

Published : Sep 29, 2019, 9:41 AM IST

ETV Bharat / bharat

ଆଜି ମୋଦିଙ୍କ ‘ମନ କି ବାତ୍’, ସର୍ଜିକାଲ ଷ୍ଟ୍ରାଇକ ଉପରେ କରିପାରନ୍ତି ଚର୍ଚ୍ଚା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଦ୍ବିତୀୟ କାର୍ଯ୍ୟକାଳର ଚତୁର୍ଥ 'ମନ କି ବାତ୍‌'ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଏଥିସହ ଭାରତୀୟ ସେନା ପକ୍ଷରୁ 2016 ସେପ୍ଟେମ୍ବର 28ରେ ହୋଇଥିବା ସର୍ଜିକାଲ ଷ୍ଟାଇକ ଉପରେ ଆଲୋଚନା କରିବାର ସମ୍ଭାବନା ରହିଛି ।

ଫାଇଲ ଫଟୋ


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମାସର ଶେଷ ରବିବାରରେ ସମଗ୍ର ଦେଶବାସୀଙ୍କୁ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ୍' ମାଧ୍ୟମରେ ସମ୍ବୋଧିତ କରିବେ । ଏହା ତାଙ୍କ ଦ୍ବିତୀୟ ପାଳିର ଚତୁର୍ଥ 'ମନ କି ବାତ୍' । ଗତ 'ମନ କି ବାତ୍‌' କାର୍ଯ୍ୟକ୍ରମରେ ମୋଦି ପ୍ଲାଷ୍ଟିକ୍ ବ୍ୟବହାରରେ ରୋକ ଲଗାଇବା ପାଇଁ ସଂକଳ୍ପ ନେବାକୁ କହିଥିଲେ । ସେପ୍ଟେମ୍ବର 13ରେ ଲୋକଙ୍କ ଠାରୁ ସେ ଏଥିପାଇଁ ପରାମର୍ଶ ମଧ୍ୟ ମାଗିଥିଲେ ।

ଆଜିର 'ମନ କି ବାତ୍' କାର୍ଯ୍ୟକ୍ରମରେ ତିନି ବର୍ଷ ପୂର୍ବରୁ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ଉପରେ ଚର୍ଚ୍ଚା କରିପାରନ୍ତି ପ୍ରଧାନମନ୍ତ୍ରୀ । କାରଣ ସାତ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି ଶନିବାର ରାତିରେ ଭାରତ ଫେରିଥିଲେ । ସ୍ବଦେଶ ଫେରି ମୋଦି 2016 ସର୍ଜିକାଲ ଷ୍ଟ୍ରାଇକ୍‌କୁ ମନେପକାଇବା ସହ ଠିକ୍ ତିନି ବର୍ଷ ପୂର୍ବେ ସେପ୍ଟେମ୍ବର 28 ଭାରତୀୟ ସେନା ପକ୍ଷରୁ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକକୁ ପ୍ରଶଂସା ମଧ୍ୟ କରିଥିଲେ ।

ସୂଚନାଯୋଗ୍ୟ, ଊରି ଆକ୍ରମଣର 11 ଦିନ ପରେ 2016 ସେପ୍ଟେମ୍ବର 28-29 ରାତିରେ ଭାରତୀୟ ସେନା କମାଣ୍ଡୋଜର ଏକ ବାଟାଲିୟନ ଏଲଓସି ଅତିକ୍ରମ କରି ସର୍ଜିକାଲ ଷ୍ଟ୍ରାଇକ କରିଥିଲେ । ଏଥିରେ ପାକ୍ ଅଧୀକୃତ କାଶ୍ମୀରରେ ଆତଙ୍କବାଦୀଙ୍କ ଅନେକ ଶିବିର ତଥା ଲଞ୍ଚ ପ୍ୟାଡକୁ ଧ୍ଵଂସ ହୋଇଥିଲା । ଊରି ଆକ୍ରମଣରେ ଭାରତୀୟ ସେନାର 18 ଯବାନ ଶହୀଦ ହୋଇଥିଲେ ।

ମୋଦି ଏହା କହିଛନ୍ତି, ସର୍ଜିକାଲ ଷ୍ଟ୍ରାଇକ ଦିନ ମୁଁ ସାରା ରାତି ଶୋଇପାରିନଥିଲି । କାରଣ ମୋତେ ଅପେକ୍ଷା ଥିଲା ଫୋନ କଲ୍‌ର । ସେପ୍ଟେମ୍ବର 28 ରାତିରେ ସର୍ଜିକାଲ ଷ୍ଟ୍ରାଇକକୁ ଶେଷ ପରିଣତି ଦେଇ ନିଜର ଅଦ୍ୟମ ସାହାସର ପରିଚୟ ଦେଇଥିଲେ ଭାରତୀୟ ସେନା ।

ABOUT THE AUTHOR

...view details