ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନିଜ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ବୁଧବାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦିଲ୍ଲୀ ରାଜପଥରେ ଚାଲିଥିବା 'ହୁନର ହାଟ'ରେ ହଠାତ ପହଞ୍ଚି ଯାଇଥିଲେ ମୋଦି । ଏଠାରେ ପ୍ରଧାନମନ୍ତ୍ରୀ କେବଳ କଳାକାରଙ୍କୁ ଭେଟିନାହାନ୍ତି ବରଂ ଲିଟ୍ଟି-ଚୋଖା ଖାଇବା ସହ ମାଟି ପାତ୍ରରେ ଚା' ମଧ୍ୟ ପିଇଛନ୍ତି ।
କେନ୍ଦ୍ର ସରକାରଙ୍କ ସଂଖ୍ୟାଲଘୁ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ରାଜପଥରେ ହୁନର ହାଟର ଆୟୋଜନ କରାଯାଇଛି । ଏହି ହାଟରେ ଦେଶର ବିଭିନ୍ନ କ୍ଷେତ୍ରରୁ ଆସିଥିବା କଳାକାର ଓ ହସ୍ତତନ୍ତ କାରିଗରମାନେ ଭାଗ ନେଇଛନ୍ତି । ବୁଧବାର କ୍ୟାବିଟେନ ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦି ହଠାତ ଏଠାରେ ପହଞ୍ଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।