ନୂଆଦିଲ୍ଲୀ: ପିଏମ ମୋଦିଙ୍କ ଦ୍ବିତୀୟ କାର୍ଯ୍ୟକାଳର ଦ୍ବିତୀୟ 'ମନ କି ବାତ' କାର୍ଯ୍ୟକ୍ରମରେ ସ୍ଥାନ ପାଇଲା ଚନ୍ଦ୍ରାୟନର ସଫଳ ଉତକ୍ଷେପଣ । ଭାରତୀୟ ବୈଜ୍ଞାନିକଙ୍କୁ ଭୁରିଭୁରି ପ୍ରଶଂସା କରିବା ସହ ଏହି ମିଶନକୁ ସମ୍ପୂର୍ଣ୍ଣ ସ୍ବଦେଶୀ କହିଛନ୍ତି ପ୍ରଧାନମନ୍ତ୍ରୀ । କ୍ୟାନସର ଭଳି ରୋଗକୁ ହରାଇ ନିଜ ଦୃଢମନୋବଳର ପ୍ରମାଣ ଦେଇଥିବା 10ଟି ପିଲାଙ୍କ କଥା ମଧ୍ୟ ମୋଦି ଦେଶବାସୀଙ୍କ ଆଗରେ ପ୍ରକାଶ କରିଥିଲେ । ଏଥିସହ ଇସ୍ରୋର ସଫଳତା, ଜଳନୀତି, ସ୍ବଚ୍ଛତା ସହ ଜମ୍ମୁ-କାଶ୍ମୀର ଲୋକେ ସୁଶାସନ ଚାହୁଁଥିବା ସହ କ୍ରୀଡାଜଗତ ବିଷୟରେ ଆଜି 'ମନ କି ବାତ'ରେ ଶୁଣିବାକୁ ମିଳିଥିଲା ।
ଇସ୍ରୋର ସଫଳତା:
ଇସ୍ରୋର ସଫଳ ପ୍ରକ୍ଷେପଣର ଚିତ୍ର ଦେଶବାସୀଙ୍କ ମନରେ ଉତ୍ସାହ, ଗୌରବ ଓ ପ୍ରସନ୍ନତା ଭରି ଦେଇଛି । ଏହି ମିଶନ ବହୁ ବିଶେଷତା ରଖିଥିବାବେଳେ ଚନ୍ଦ୍ର ଉପରେ ଅନେକ କିଛି ଜ୍ଞାନ ଦେବ ବୋଲି ସେ କହିଛନ୍ତି । ଏଥିସହ ଚନ୍ଦ୍ରାୟନ-2 ସମ୍ପୂର୍ଣ୍ଣ ସ୍ବଦେଶୀ ମିଶନ ବୋଲି କହିଛନ୍ତି ମୋଦି । ବୈଜ୍ଞାନିକ ଦିନ-ରାତି ଏକ କରି ଏହି ମିଶନକୁ ସଫଳ କରିଛନ୍ତି । ଜୀବନରେ ଯେତେ ବି ସମସ୍ୟା ଆସୁ ନା କାହିଁକି ସାହାସ ରଖିବାକୁ କହିଛନ୍ତି ମୋଦି । ଆକାଶକୁ ଚିରି ଅନ୍ତରୀକ୍ଷରେ ଭାରତର ସଫଳତା ହିଁ ଏହା ଦର୍ଶାଉଛି । ଏହି ମିଶନ ମାଧ୍ୟମରେ ମୋଦି ନିର୍ଭିକତା ଓ ବିଶ୍ବାସକୁ ନେଇ ଶିକ୍ଷା ପାଇଛନ୍ତି ବୋଲି ଦେଶବାସୀଙ୍କୁ ଜଣାଇଛନ୍ତି ।
ଜଳନୀତିର ସଫଳତା:
ଗତଥର ଜଳନୀତି ଉପରେ ସରକାର ଯେଉଁ ବିଷୟରେ ଆଲୋକପାତ କରିଥିଲେ, ତାହା ଲୋକଙ୍କ ମନକୁ ଛୁଇଁପାରିଛି । ସାରା ଦେଶରେ ଜଳ ସଂରକ୍ଷଣ ନୀତିକୁ ନେଇ ଚିନ୍ତାଧାରା ପରିବର୍ତ୍ତନ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜଣାଇଛନ୍ତି । ଏ ଦିଗରେ ସରକାରୀ ଓ ଏନଜିଓ ଜଳ ସଂରକ୍ଷଣ ଲାଗି କିଛି ନା କିଛି ପଦକ୍ଷେପ ଗ୍ରହଣ ମଧ୍ୟ କରିଛନ୍ତି । ଯାହାର ଉଦାହରଣ ଦେଇ ଝାଡଖଣ୍ଡ ଓ ମେଘାଳୟ ଦେଶର ପ୍ରଥମ ରାଜ୍ୟ ଭାବେ ଜଳନୀତି ପ୍ରସ୍ତୁତ କରିଛି । ଆଉ ଏନେଇ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଥିଲେ ମୋଦି ।
ସ୍ବଚ୍ଛତା:
ପୁଣି ଥରେ ସ୍ବଚ୍ଛତା ଉପରେ ଆଲୋକପାତ କରିଥିଲେ ମୋଦି । ଯେଉଁଥିରେ ସେ ଦିଲ୍ଲୀର ଯୋଗୀ ସୌନିଙ୍କ ଉଦହାରଣ ଦେଇଛନ୍ତି । ଆମେରିକାରର ଜଣେ ଇଞ୍ଜିନିୟର ଯୋଗୀ ସୌନି ଚାକିରି ଛାଡି ନିଜ ଦେଶର ସ୍ବଚ୍ଛତା ଓ ସୁନ୍ଦରତା ବଜାୟ ରଖିବାକୁ ତାଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ଏହାକୁ ଆଗକୁ ବଢାଇବାକୁ କହିଛନ୍ତି ।
ବିକାଶ ଚାହୁଁଛନ୍ତି କାଶ୍ମୀରବାସୀ: