ଓଡିଶା

odisha

ETV Bharat / bharat

ମୋଦିଙ୍କ ମନ କି ବାତ; କହିଲେ ମନର କଥା, ଜଣାଇଲେ ଦୀପାବଳି ଶୁଭେଛା - ଷ୍ଟାଚ୍ୟୁ ଅଫ୍ ୟୁନିଟି

ଆମ ଝିଅଙ୍କ ପାଇଁ ଆମେ ଗର୍ବିତ । ଆମ ଝିଅ ହେଉଛନ୍ତି ଦେବୀତୁଲ୍ୟ । ତାଙ୍କୁ ସମ୍ମାନ କରିବା । ଅକ୍ଟୋବର 32 ରନ ଫର ୟୁନିଟିରେ ସମସ୍ତେ ସାମିଲ ହେବାକୁ ଆହ୍ବନ ।

ଫାଇଲ ଫଟୋ

By

Published : Oct 27, 2019, 12:30 PM IST

ହାଇଦ୍ରାବାଦ: ସାରା ଦେଶରେ ଧୂମଧାମରେ ଦୀପାବଳି ପାଳନ ଚାଲୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମାସିକିଆ କାର୍ଯ୍ୟକ୍ରମ ମନ କି ବାତର 58ତମ ସଂସ୍କରଣରେ ମନର କଥା କହିଛନ୍ତି ।

ମନକିବାତରେ ପ୍ରଥମେ ମୋଦି ଦୀପାବଳି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏହାସହ ଦେଶବାସୀଙ୍କୁ ସୁରକ୍ଷିତ ଭାବେ ଦୀପାବଳି ପାଳନ କରିବାକୁ ଆହ୍ବାନ ଦେଇଛନ୍ତି। ପରେ ମୋଦି କହିଛନ୍ତି ଭାରତ ପର୍ବର ଦେଶ, ପର୍ବ ମାଧ୍ୟମରେ ଦେଶର ପର୍ଯ୍ୟଟନର ବିକାଶ ହୋଇପାରିବ । ଖାଲି ଭାରତ ନୁହେଁ ବିଶ୍ବର ଅନେକ ଦେଶରେ ଦୀପାବଳି ପାଳନ ହେଉଛି । ଆମ ଝିଅ ମାନେ ହେଉଛନ୍ତି ଘରର ଲକ୍ଷ୍ମୀ । ନାରୀ ହିଁ ହେଉଛନ୍ତି ଦେବୀ ତାଙ୍କୁ ସମ୍ମାନ କରିବା ଉଚିତ, ଆମେ ତାଙ୍କ ପାଇଁ ଗର୍ବିତ । ଭାରତରେ ବିଶାଳ ପର୍ଯ୍ୟଟନ ସ୍ଥଳୀ ଅଛି । ଦେଶବାସୀ ନିଜ ପରିବାର ସହ ଅତିକମରେ 15ଟି ପର୍ଯ୍ୟଟନସ୍ଥଳୀ ପରିଭ୍ରମଣ କରିବାକୁ ଆହ୍ବାନ ଦେଇଛନ୍ତି ମୋଦି ।

ଦୁନିଆର ଅନ୍ୟ ଏକ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳ ଭାବେ ଷ୍ଟାଚ୍ୟୁ ଅଫ୍ ୟୁନିଟି ମାନ୍ୟତା ଲାଭ କରିଛି । ଗୋଟିଏ ବର୍ଷ ଭିତରେ ଏଠାକୁ 26ଲକ୍ଷ ଲୋକ ଆସିଛନ୍ତି । ଯାହା ସାରା ଦେଶବାସୀଙ୍କ ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି । ସର୍ଦାର ବଲ୍ଲଭ ଭାଇ ପଟେଲ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିଥିଲେ । ଯେଉଁଥିପାଇଁ ଆମେ ପ୍ରତି ବର୍ଷ ଅକ୍ଟୋବର 31ରେ ‘ରନ ଫର ୟୁନିଟି ଆୟୋଜିତ କରୁଛୁ । ସେହି ଦିନ ମଧ୍ୟ ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ । ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ମୋଦି ଏହି ଏବସରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।


ଏହା ସହ ଏବେ ସାରା ଦେଶରେ ସ୍ବଚ୍ଛତାର ସ୍ବର ଶୁଭୁଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଆମର ବୀର ଯବାନ ମାନେ ପ୍ରତିକୂଳ ପାଗ ସତ୍ତ୍ବେ ସିଆଚିନରେ ସ୍ବଚ୍ଛତା ଅଭିଯାନ ଜାରି ରଖିଛନ୍ତି । ଆଉ ଏକ ଗୁରୁତ୍ବପୂର୍ଣ୍ଣ କଥା ମୋଦି ତାଙ୍କ ମନ କି ବାତରେ ସ୍ଥାନ ଦେଇଛନ୍ତି , 2010ରେ ଅଯୋଧ୍ୟା ମାମଲାର ରାୟ ଆସିବା ପୂର୍ବରୁ ଅନେକ ଲୋକ ଅନେକ ଟିପ୍ପଣୀ ଦେଇଥିଲେ । କିନ୍ତୁ ଯେତେବେଳେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଆସିଲା ସବୁ ପକ୍ଷ, ରାଜନୈତିକ ଦଳ , ସାଧୁ ସନ୍ଥ ମାନବାଧିକାର କର୍ମୀ ସମସ୍ତେ କୋର୍ଟଙ୍କ ରାୟକୁ ସମ୍ମାନ ଦେବାସହ ସଂଜମତାର ସହ ବୟାନ ଦେଇଥିଲେ । ଯାହା ଆମର ଏକତା ଓ କୋର୍ଟଙ୍କ ରାୟକୁ ସମ୍ମାନ ଦେବା ଦର୍ଶାଉଛି ବୋଲି କହିଛନ୍ତି ।

ABOUT THE AUTHOR

...view details