ଓଡିଶା

odisha

By

Published : Mar 30, 2020, 6:54 PM IST

ETV Bharat / bharat

ମୋଦି ‘ମହାତ୍ମା ’

70 ବର୍ଷୀୟ ପ୍ରଧାନମନ୍ତ୍ରୀଙ୍କ ଉପରେ ନିର୍ଭରଶୀଳ 130 କୋଟି ଜନତା । କୋରୋନା ଲଢେଇରେ ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ଆଜି ତାଙ୍କୁ ‘ମହାତ୍ମା’ କରିପାରିଛି ।

’ମୋଦି ମହାତ୍ମା ’
’ମୋଦି ମହାତ୍ମା ’

ନୂଆଦିଲ୍ଲୀ: କୋରୋନା ମୁକାବିଲାରେ ଭାରତର ପଦକ୍ଷେପକୁ ବହୁ ବିକଶିତ ଦେଶ ସମର୍ଥନ ଜଣାଇଛନ୍ତି । ବିଶ୍ବର 2ୟ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରକୁ 21 ଦିନ ପାଇଁ ବନ୍ଦ କରାଯାଇଥିବାବେଳେ ଭାରତ ଉପରେ ଏବେ ସମସ୍ତଙ୍କ ନଜର । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ମହାତ୍ମା’ର ଆଖ୍ୟା ଦେଇଛନ୍ତି କର୍ଣ୍ଣାଟକର ସରକାରର ଜଣେ ମନ୍ତ୍ରୀ ।

କର୍ଣ୍ଣାଟକ ସରକାର ମେଡିକାଲ ଏଜୁକେସନ ବିଭାଗ ମନ୍ତ୍ରୀ ସୁଧାକର ଆଜି ଟ୍ବିଟ କରି କହିଛନ୍ତି, 70ବର୍ଷୀୟ ପ୍ରଧାନମନ୍ତ୍ରୀଙ୍କ ଉପରେ 130 କୋଟି ଜନତା ନିର୍ଭର କରୁଛନ୍ତି । ମୁଁ ଗର୍ବରେ କହୁଛି ସେ, ଆମର ପ୍ରଧାନମନ୍ତ୍ରୀ। ଏହା ସହ ସେ ମୋଦିଙ୍କ ଉତ୍ତମ ସ୍ବାସ୍ଥ୍ୟର କାମନା କରିଛନ୍ତି । ପରିଶେଷରେ ସେ ଲେଖିଛନ୍ତି ସତ ମୋଦି ‘ମହାତ୍ମା’ ହୋଇପାରିଛନ୍ତି ।

ସୂଚନାଯୋଗ୍ୟ, ଚୀନରୁ ଉହାନ ସହରରୁ ଉତ୍ପତ୍ତି ନେଇ ଥିବା କୋରୋନା ଭାଇରସ ଏବେ ଭାରତରେ କାୟା ବିସ୍ତାର କରୁଛି । ଧୀରେ ଧୀରେ ଦେଶରେ ବିଭିନ୍ନ କୋଣଅନୁକୋଣରେ ଲୋକେ ସଂକ୍ରମିତ ହେବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ପ୍ରଥମେ ଗୋଟିଏ ଜନତା କର୍ଫ୍ୟୁ ଲଗାଇବା ପରେ କୋରୋନା ସ୍ଥିତିକୁ ଦେଖି ଦେଶବ୍ୟାପୀ 21 ଦିନ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି । ଏହା ସହ ସାମାଜିକ ଦୂରତା ବଜାୟୀ ରଖିବାକୁ ଆହ୍ବାନ କରିଛନ୍ତି ପିଏମ ।

ABOUT THE AUTHOR

...view details