ନୂଆଦିଲ୍ଲୀ: ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ଏଲଓସି ଯାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଚୀନ ଏବଂ ପାକିସ୍ତାନ ସୀମା ସହ ଲାଗିଥିବା ଭାରତୀୟ ସୀମାବର୍ତ୍ତୀ ଅଞ୍ଚଳରେ ମୁତୟନ ଭାରତୀୟ ଯବାନଙ୍କ ସହ ଦୀପାବଳୀ ପାଳନ କରିବେ ବୋଲି ଜଣାପଡିଛି ।
ଘାଟିରେ ଯବାନଙ୍କ ସହ ଦୀପାବଳି ପାଳିବେ ମୋଦି !
ଦୀପାବଳି ପାଳନ କରିବାକୁ ଏଲଓସି ଯାଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୀମାବର୍ତ୍ତୀ ଅଞ୍ଚଳରେ ମୁତୟନ ଭାରତୀୟ ଯବାନଙ୍କ ସହ ସେ ଦୀପାବଳି ପାଳନ କରିବେ ବୋଲି ଆକଳନ କରାଯାଉଛି ।
ଫାଇଲ ଫଟୋ
ତେବେ ଗତ ବର୍ଷ ମଧ୍ୟ ମୋଦି ଘାଟିର ଭିନ୍ନ ଅଞ୍ଚଳରେ ମୁତୟନ ଯବାନଙ୍କ ସହ ଦୀପାବଳୀ ପାଳନ କରିଥିଲେ । ସୀମା ଜଗିଥିବା ଯବାନଙ୍କୁ ସାକ୍ଷାତ କରି ସେମାନଙ୍କୁ ମିଠା ମଧ୍ୟ ବଣ୍ଟନ କରିଥିଲେ ମୋଦି । ଚଳିତ ଥର ମଧ୍ୟ ସେ ଏଭଳି କିଛି କରିପାରନ୍ତି ।