ଓଡିଶା

odisha

ETV Bharat / bharat

ମେଟ୍ରୋଲୋଜି କନକ୍ଲେଭରେ ମୋଦି: ଗୋବ୍ଲାଲ ଇନୋଭେସନ୍ ରାଙ୍କିଂର ଶ୍ରେଷ୍ଠ 50ରେ ଭାରତ - national metrology conclave

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ସୋମବାର) ଭିଡିଓ କନଫରେନ୍ସିଂ ଜରିଆରେ ଜାତୀୟ ମେଟ୍ରୋଲୋଜି କନକ୍ଲେଭର ଉଦଘାଟନ କରିଛନ୍ତି। ଅଧିକ ପଢନ୍ତୁ...

pm narendra modi
ମେଟ୍ରୋଲୋଜି କନକ୍ଲେଭରେ ମୋଦି

By

Published : Jan 4, 2021, 1:58 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି(ସୋମବାର) ଭିଡିଓ କନଫରେନ୍ସିଂ ଜରିଆରେ ଜାତୀୟ ମେଟ୍ରୋଲୋଜି କନକ୍ଲେଭର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରୀୟ ପରମାଣୁ ଟାଇମସ୍କେଲ ଏବଂ ଭାରତୀୟ ନିର୍ଦ୍ଦେଶନାମାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି । ଏହାସହ ଜାତୀୟ ପରିବେଶ ପାଠ୍ୟକ୍ରମ ଲାବ୍ରୋଟାରୀର ମୂଳଦୁଆ ପକାଇଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଡ଼ଃ ହର୍ଷବର୍ଦ୍ଧନ ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କୋରୋନା ଟିକା ହେଉଛି ଏକ ବଡ କାର୍ଯ୍ୟକ୍ରମ । ଆମ ବୈଜ୍ଞାନିକଙ୍କ କାର୍ଯ୍ୟ ପାଇଁ ଆମେ ଗର୍ବିତ । ନୂଆ ବର୍ଷରେ ଭାରତରେ ଦୁଇଟି କୋରୋନା ଟିକା ଅନୁମୋଦନ କରାଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ CSIR ବୈଜ୍ଞାନିକମାନେ ଦେଶର ଅଧିକରୁ ଅଧିକ ଛାତ୍ରଙ୍କ ସହ ଯୋଗାଯୋଗ କରିଛନ୍ତି। 2022 ମସିହାରେ ଦେଶ ଆମ ସ୍ବାଧୀନତାର 75 ବର୍ଷ ପୂରଣ କରୁଛି, 2047 ମସିହାରେ ଆମର ସ୍ବାଧୀନତାର 100 ବର୍ଷ ପୂରଣ କରିବା। ଆତ୍ମନିର୍ଭରଶୀଳ ଭାରତର ନୂତନ ସଂକଳ୍ପକୁ ଧ୍ୟାନରେ ରଖି ଆମକୁ ନୂତନ ମାନକ, ନୂତନ ଛାତ୍ର ଏବଂ ନୂତନ ମାନଦଣ୍ଡ ସ୍ଥିର କରିବାକୁ ପଡିବ।

ସେ କହିଛନ୍ତି, ଆଜି ଭାରତ ବିଶ୍ବର ସେହି ଦେଶମାନଙ୍କ ମଧ୍ୟରେ ରହିଛି ଯାହାର ନିଜସ୍ବ ନାଭିଗେସନ୍ ବ୍ୟବସ୍ଥା ରହିଛି । ଆଜି ଆଉ ଏକ ପଦକ୍ଷେପ ନିଆଯାଇଛ, ଭାରତୀୟ ନିର୍ଦ୍ଦେଶନାମା ଆଜି ପ୍ରକାଶ ପାଇଛି। ଏହା ଆମ ଶିଳ୍ପକୁ ଗୁଣାତ୍ମକ ଉତ୍ପାଦ ପ୍ରସ୍ତୁତ କରିବାକୁ ଉତ୍ସାହିତ କରିବ । ସେ ଏହା ମଧ୍ୟ କହିଛନ୍ତି ଯେ, ଭାରତ ବର୍ତ୍ତମାନ ନ୍ୟାସନାଲ ଆଟମିକ୍ ଟାଇମସ୍କେଲ୍ ମାଧ୍ୟମରେ ଏକ ସେକେଣ୍ଡର ଏକ ବିଲିଅନ୍ ଯାଏଁ ମାପିବାରେ ସକ୍ଷମ ହୋଇଛି।

ପ୍ରଧାନମନ୍ତ୍ରୀ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ଗ୍ଲୋବାଲ ଇନୋଭେସନ୍ ରାଙ୍କିଂରେ ଭାରତ ଶ୍ରେଷ୍ଠ 50 ଦେଶରେ ରହିଛି । ଅନୁସନ୍ଧାନ ଏବଂ ନବସୃଜନ କ୍ଷେତ୍ରରେ ଯୁବକଙ୍କ ଅପାର ସୁଯୋଗ ରହିଛି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆଜିର ଭାରତ ବିଶ୍ବକୁ ସୁନ୍ଦର ପରିବେଶ ଆଡକୁ ଅଗ୍ରସର କରାଉଛି କିନ୍ତୁ ବାୟୁ ଗୁଣବତ୍ତା ଏବଂ ନିର୍ଗମନ ପ୍ରଯୁକ୍ତିବିଦ୍ୟା ମାପିବା ଠାରୁ ଆରମ୍ଭ କରି ସାଧନ ପର୍ଯ୍ୟନ୍ତ ଆମେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଥିଲେ ମାତ୍ର ବର୍ତ୍ତମାନ ଆମେ ଆତ୍ମନିର୍ଭର ।

ନ୍ୟାସନାଲ ଆଟୋମିକ୍ ଟାଇମସ୍କେଲ୍ 2.8 ନାନୋ ସେକେଣ୍ଡରେ ସଠିକତା ସହିତ ଭାରତୀୟ ମାନକ ସମୟ ପ୍ରଦାନ କରିପାରିବ । 75 ବର୍ଷ ପୂରଣ କରୁଥିବା କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଏବଂ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ-ନ୍ୟାସନାଲ୍ ଫିଜିକାଲ୍ ଲାବୋରେଟୋରୀ (CSIR-NPL) ଦ୍ବାରା ଜାତୀୟ ମେଟ୍ରୋଲୋଜି କନକ୍ଲେଭ୍ ଆୟୋଜିତ ହୋଇଥିଲା ।

ABOUT THE AUTHOR

...view details