ଓଡିଶା

odisha

ETV Bharat / bharat

'ଅର୍ଡର ଅଫ ଜାୟାଦ' ସମ୍ମାନ ପାଇଲେ ମୋଦି - pm narendra modi conferred with order of zayed

ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ସର୍ବୋଚ୍ଚ ନାଗରିକ ସମ୍ମାନ 'ଅର୍ଡର ଅଫ ଜାୟାଦ'ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅବୁଧାବିର କ୍ରାଉନ ପ୍ରିନ୍ସ ଶେଖ ମୋହମ୍ମଦ ବିନ ଜାୟଦ ତାଙ୍କୁ ଏହି  ସମ୍ମାନ ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Aug 24, 2019, 11:13 PM IST

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟ୍ସ(ୟୁଏଇ)ର ସର୍ବୋଚ୍ଚ ନାଗରିକ ସମ୍ମାନ 'ଅର୍ଡର ଅଫ ଜାୟାଦ'ରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅବୁଧାବିର କ୍ରାଉନ ପ୍ରିନ୍ସ ଶେଖ ମୋହମ୍ମଦ ବିନ ଜାୟଦ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଭାରତ ଏବଂ ୟୁଏଇ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ଭୁମିକା ନିର୍ବାହ କରିଥିବାରୁ ମୋଦିଙ୍କୁ ଏହି ପ୍ରତିଷ୍ଠିତ ସମ୍ମାନ ମିଳିଛି ।

ଏହା ବ୍ୟତିତ ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଅବୁଧାବିରେ ପ୍ରାବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି, ଭାରତ ଏବଂ ୟୁଏଇ ମଧ୍ୟର ସମ୍ପର୍କ ଆହୁରି ମଜବୁତ ହୋଇଛି । ଆତଙ୍କବାଦ ବିରୋଧରେ ଲଢିବାରେ ୟୁଏଇ ସର୍ବଦା ଭାରତର ସମର୍ଥନ କରିଛି । ଭାରତ ନିଜର ରାଜନୈତିକ ସ୍ଥିତି ଏବଂ ବିଶ୍ବସନୀୟ ନୀତି ଯୋଗୁଁ ବିଶ୍ବରେ ନିବେଶର ଏକ ଆରର୍ଷଣୀୟ କେନ୍ଦ୍ରବିନ୍ଦୁ ସାଜିଛି । ଏହା ବ୍ୟତିତ ଦେଶର ଆର୍ଥିକ ବୃଦ୍ଧିରେ ସାହାଯ୍ୟ କରିଥିବାରୁ ବିଦେଶରେ ଥିବା ଭାରତୀୟ ସମୁଦାୟଙ୍କୁ କୃତଜ୍ଞତା ଜଣାଇଛନ୍ତି ମୋଦି ।

ଏହା ସହିତ ପ୍ରଧାନମନ୍ତ୍ରୀ ମୋଦୀ ୟୁଏଇର ମାର୍କେଟରେ ରୂପେ କାର୍ଡର ଲଞ୍ଚ କରିଛନ୍ତି । ଏଠାରୁ ସେ ରୂପେ କାର୍ଡ ମାଧ୍ୟମରେ କିଛି ସାମଗ୍ରୀ ମଧ୍ୟ କ୍ରୟ କରିଛନ୍ତି । ଏହା ଦ୍ୱାରା ସେଠାକର ଅନେକ ଦୋକାନ ଏବଂ ବ୍ୟବସାୟୀକ ପ୍ରତିଷ୍ଠାନରେ ମଧ୍ୟ ଭାରତର ଏହି ଡିଜିଟାଲ ପେମେଣ୍ଟ କାର୍ଡ ମାଧ୍ୟରେ ଦ୍ରବ୍ୟ କିଣା ଯାଇ ପାରିବ । ୟୁଏଇ ପଶ୍ଚିମ ଏସିଆର ପ୍ରଥମ ଦେଶ ଯିଏ ଟେକ୍ନୋଲୋଜିକାଲ ପେମେଣ୍ଟର ଭାରତୀୟ ପ୍ରଣାଳୀକୁ ଗ୍ରହଣ କରିଛି । ଏହା ପୂର୍ବରୁ ଭାରତ ସିଙ୍ଗାପୁର ଏବଂ ଭୁଟାନରେ ଏହି କାର୍ଡ ଲଞ୍ଚ ହୋଇ ସାରିଛି ।

ABOUT THE AUTHOR

...view details