ଓଡିଶା

odisha

ETV Bharat / bharat

ଆତଙ୍କୀଙ୍କ ଗୁଳିରେ ବିଜେପି ନେତାଙ୍କ ସମେତ 3 ମୃତ, ସମବେଦନା ଜଣାଇଲେ ମୋଦି - Modi condemns killing of BJP workers

ବିଜେପି ନେତାଙ୍କ ସମେତ 3 ଜଣ କର୍ମୀଙ୍କୁ ଆତଙ୍କୀଙ୍କ ଗୁଳି କରି ହତ୍ୟା ଘଟଣା । ଏଥିରେ ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ଖବର ପଢନ୍ତୁ...

ଆତଙ୍କୀଙ୍କ ଗୁଳିରେ ବିଜେପି ନେତାଙ୍କ ସମେତ 3 ମୃତ, ସମବେଦନା ଜଣାଇଲେ ମୋଦି
ଆତଙ୍କୀଙ୍କ ଗୁଳିରେ ବିଜେପି ନେତାଙ୍କ ସମେତ 3 ମୃତ, ସମବେଦନା ଜଣାଇଲେ ମୋଦି

By

Published : Oct 30, 2020, 9:34 AM IST

ନୂଆଦିଲ୍ଲୀ: ଦକ୍ଷିଣ କାଶ୍ମୀର କାଜିଗୁନ୍ଦ ଅଞ୍ଚଳର ୱାଇକେ ପୁରାରେ ଜଣେ ବିଜେପି ନେତାଙ୍କ ସମେତ 3 ଜଣ କର୍ମୀଙ୍କୁ ଆତଙ୍କୀଙ୍କ ଗୁଳି କରି ହତ୍ୟା ଘଟଣା । ଏଥିରେ ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ।

ଟ୍ବିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ମୁଁ ଆମର 3 ଜଣ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟାକୁ ଦୃଢ ଭାବେ ନିନ୍ଦା କରୁଛି । ସେମାନେ ଉଜ୍ଜ୍ବଳ ଓ ଭଲ ଯୁବକ ଥିଲେ । ଏହି ଦୁଃଖଦ ସମୟରେ ସେମାନଙ୍କ ପରିବାର ସହିତ ମୁଁ ଅଛି । ସେମାନଙ୍କର ଆତ୍ମାର ସଦଗତି ପ୍ରାପ୍ତ ହେଉ । "

ଗୁରୁବାର ସନ୍ଧ୍ୟାରେ ଜାମ୍ମୁକାଶ୍ମୀର କୁଲଗାମ ଜିଲ୍ଲାର କାଜିଗୁଣ୍ଡ ଅଞ୍ଚଳରେ ତିନି ଜଣ ସ୍ଥାନୀୟ ବିଜେପି ନେତାଙ୍କୁ ଅଜ୍ଞାତ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ଜାମ୍ମୁ କାଶ୍ମୀର ପୋଲିସ କହିଛି ଯେ ରାତି ପ୍ରାୟ 8.20 ସମୟରେ ୟାଇକେ ପୋରାର ଏକ ଗାଁରେ ଆତଙ୍କବାଦୀମାନେ ତିନିଜଣ ବିଜେପି କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିବା ବେଳେ ପୋଲିସ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଉପରେ ସୂଚନା ପାଇଥିଲା।

ମୃତ ବିଜେପି ନେତା ଫିଦା ହୁସେନ ଇତ୍ତୁ ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଥିଲେ । ସୂଚନା ଅନୁଯାୟୀ ଆତଙ୍କବାଦୀ ୱାଇକେ ପୁରାରେ 3 ଜଣଙ୍କ ଉପରକୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ବିଜେପି ନେତା ଫିଦା ହୁଲେନଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ 2 ଜଣ ଆହତ ହୋଇଥିଲେ । ତେବେ ଆହତଙ୍କୁ ତୁରନ୍ତ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ସେମାନଙ୍କର ବି ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ।

କାଶ୍ମୀର ବିଜେପି ମିଡିଆ ଇନଚାର୍ଜ ମଞ୍ଜୁର ଭଟ୍ଟଙ୍କ ସୂଚନା ଅନୁଯାୟୀ ଦଳର 3 ଜଣ କର୍ମୀଙ୍କୁ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏମାନଙ୍କ ମଧ୍ୟରୁ ଫିଦା ହୁସେନଙ୍କର ମୃତ୍ୟୁ ହୋଇଯାଇଛି । ଅନ୍ୟ ଦୁଇ ମୃତ ବିଜେପି କର୍ମୀଙ୍କ 2 ଜଣଙ୍କ ନାଁ ଉମର ହାଜମ, ୱାସିମ ଅହମଦ ବୋଲି ଜଣାପଡିଛି ।

ABOUT THE AUTHOR

...view details