ଓଡିଶା

odisha

ETV Bharat / bharat

16ତମ ଏସିଆନ ଶିଖର ସମ୍ମିଳନୀକୁ ସମ୍ବୋଧିତ କଲେ ମୋଦି - ଏସିଆନ ଶିଖର ସମ୍ମିଳନୀ

ଥାଇଲାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 16 ତମ ଏସିଆନ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ସମୁଦ୍ର ସୁରକ୍ଷା ଓ ଜଳ ଆଧାରିତ ଅର୍ଥ ବ୍ୟବସ୍ଥା କ୍ଷେତ୍ରରେ ସହଯୋଗ ବୃଦ୍ଧିର ବହୁତ ସୁଯୋଗ ରହିଥଇବା ମୋଦି କହିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Nov 3, 2019, 2:44 PM IST

ବ୍ୟାଙ୍କ୍‌କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବ୍ୟାଙ୍କ୍‌କରେ 16 ତମ ଏସିଆନ ଶିଖର ସମ୍ମିଳନୀକୁ ସମ୍ବୋଦିତ କରିଛନ୍ତି । ଶିଖର ସମ୍ମିଳନୀରେ ବହୁ କ୍ଷେତ୍ରୀୟ ସମ୍ବନ୍ଧର ବିସ୍ତାରର ରୂପରେଖକୁ ଉପସ୍ଥାପନ କରିଛନ୍ତି । ଭାରତ ଓ ଏସିଆନ ଦେଶଗୁଡିକ ମଧ୍ୟରେ ଜଳ, ସ୍ଥଳ ଓ ଆକାଶ ମାର୍ଗରେ ସମ୍ପର୍କ ବଢାଇବା ଦ୍ବାରା ବ୍ୟାପାର ଓ ଆର୍ଥିକ କ୍ଷେତ୍ରରେ ବିକାଶ ହେବ ବୋଲି ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସମୁଦ୍ର ସୁରକ୍ଷା ଓ ଜଳ ଆଧାରିତ ଅର୍ଥ ବ୍ୟବସ୍ଥା କ୍ଷେତ୍ରରେ ସହଯୋଗ ବୃଦ୍ଧିର ବହୁତ ସୁଯୋଗ ରହିଛି । ଏହା ବ୍ୟତୀତ ଭାରତ ଓ ଏସିୟାନ କୃଷି, ଇଞ୍ଜିନିୟରିଂ, ଡିଜିଟାଲ ଓ ବୈଜ୍ଞାନିକ ଅନୁସନ୍ଧାନ କ୍ଷେତ୍ରରେ ମଧ୍ୟ ସହଯୋଗର ବିସ୍ତାର କରିହେବ ବୋଲି ମୋଦି କହିଛନ୍ତି । ପ୍ରଧାନମନ୍ତ୍ରୀ ଭାରତ ଓ ଏସିୟାନ ମଧ୍ୟରେ ହିନ୍ଦ ପ୍ରଶାନ୍ତ କ୍ଷେତ୍ରରେ ବିଚାରର ସମର୍ଥନକୁ ସ୍ବାଗତ କରିଛନ୍ତି ।

ABOUT THE AUTHOR

...view details