ବ୍ୟାଙ୍କକକ: ବ୍ୟାଙ୍କକର ନେସନାଲ ଇନଣ୍ଡୋର ଷ୍ଟାଡିୟମରେ ଆୟୋଜିତ ‘ସାଓ୍ଵାସଦୀ ପିଏମ ମୋଦି' କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି କାର୍ଯ୍ୟକ୍ରମରେ ସେ ଥାଇଲାଣ୍ଡରେ ବସବାସ କରୁଥିବା ହଜାର ହଜାର ପ୍ରବାସୀ ଭାରତୀୟଙ୍କୁ ଉଦବୋଧନ ଦେଇଛନ୍ତି । ତେବେ ଏହି ସମୟରେ ଭାରତ ସହ ଥାଇଲାଣ୍ଡର ଐତିହାସିକ ସମ୍ପର୍କକୁ ମନେ ପକାଇଛନ୍ତି ମୋଦି । ଏନେଇ ସେ କହିଛନ୍ତି, ଥାଇଲାଣ୍ଡବାସୀଙ୍କ ପରମ୍ପରା, ଆସ୍ଥା, ସ୍ଥାପତ୍ୟ ଏବଂ ଲୋକଙ୍କ କଥାବାର୍ତ୍ତାର ଢଙ୍ଗ ସବୁଥିରେ ଭାରତର ଝଲକ ରହିଛି। ଥାଇଲାଣ୍ଡର କୋଣ ଅନୁକୋଣ ନିଜର ଅନୁଭବ ହେଉଥିବା ସେ କହିଛନ୍ତି।
ତେବେ ଭାରତ-ଥାଇଲାଣ୍ଡ ଭିତରେ ଥିବା ସମ୍ପର୍କ କେବଳ ଦୁଇ ଦେଶର ସରକାରଙ୍କ ନୁହେଁ। ଇତିହାସରେ ଥିବା ପ୍ରତ୍ୟେକ ମୁହୁର୍ତ୍ତ ଓ ଉତ୍ସବ ଆମ ସମ୍ପର୍କକୁ ମଜବୁତ୍ କରିଛି ବୋଲି ପିଏମ ମୋଦି କହିଛନ୍ତି। ଏହା ବ୍ୟତୀତ ସେ ସାଓ୍ଵାସଦୀ ମୋଦିର ଅର୍ଥ ସେଠାରେ ଉପସ୍ଥିତ ଲୋକଙ୍କୁ ବୁଝାଇଛନ୍ତି । ଏହାର ଅର୍ଥ ଆପଣଙ୍କର କଲ୍ୟାଣ ହେଉ, ଅଭିବାଦନ ହେଉ।