ନୂଆଦିଲ୍ଲୀ: ନିଜର ତ୍ରିରାଷ୍ଟ୍ରୀୟ ଗସ୍ତର ତୃତୀୟ ଚରଣରେ ବାହାରିନ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସେ ବାହାରିନରେ ପାଦ ଦେଇଛନ୍ତି । ମୋଦିଙ୍କ ସହ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ବାହାରିନରେ ପହଞ୍ଚିଛନ୍ତି । ବାହାରିନର ମନାମା ବିମାନବନ୍ଦରରେ ମୋଦିଙ୍କୁ ସେଠାକାର ପ୍ରଧାନମନ୍ତ୍ରୀ ପ୍ରିନ୍ସ ଖଲିଫା ବିନ୍ ସଲମାନ ଇ ଖଲିଫା ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।
ବାହାରିନରେ ପହଞ୍ଚିଲେ ମୋଦି
ଶନିବାର ବାହାରିନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ସହ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ବାହାରିନରେ ପହଞ୍ଚିଛନ୍ତି ।
ଫଟୋ ସୌଜନ୍ୟ: ଏଏନଆଇ
ଏହି ସମୟରେ ବାହାରିନ ପ୍ରଧାନମନ୍ତ୍ରୀ ଖଲିଫା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି । ଏହା ବ୍ୟତିତ ବାହାରିନ ଏବଂ ଭାରତ ମଧ୍ୟରେ ଥିବା ଦ୍ବିପାକ୍ଷିକ ସମ୍ବନ୍ଧକୁ ପ୍ରୋତ୍ସାହନ ଦେବା ପାଇଁ ନିଜ ନିଜ ପ୍ରତିବଦ୍ଧତା ବ୍ୟକ୍ତ କରିଛନ୍ତି ଉଭୟ ନେତା ।
ତେବେ ମୋଦି ଜି-7 ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ରବିବାର ବାହାରିନରୁ ଫ୍ରାନ୍ସ ଫେରିବାର କାର୍ଯ୍ୟକ୍ରମ ରହିଛି ।