ଓଡିଶା

odisha

ETV Bharat / bharat

'ଆଜି ଆପଣଙ୍କ ମିଜାଜ କିଛି ଅଲଗା ଲାଗୁଛି' - air strike

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜନସଭାକୁ ସମ୍ୱୋଧିତ କରୁଥିବାବେଳେ ବାୟୁସେନାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ଏହାସହ ସେ ଲୋକଙ୍କ ଭିତରେ ଥିବା ଖୁସିକୁ ମଧ୍ୟ ଉପଲବ୍ଧି କରିପାରିଥିଲେ। ଭାରତ ପ୍ରତିଶୋଧ ନେଇଥିବାରୁ ଆଜି ସଭାରେ ସମସ୍ତେ ବେଶ ଖୁସି ଥିବା ନଜର ଆସିଥିଲା। ସମସ୍ତଙ୍କ ଭିତରେ ଏକ ଅଲଗା ଜୋସ ନଜର ଆସିଥିଲା।

ଡିଜାଇନ ଫଟୋ

By

Published : Feb 27, 2019, 1:59 PM IST

ରାଜସ୍ଥାନ: ଫେବୃୟାରୀ 14ରେ ହୋଇଥିବା ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ବାୟୁସେନା । ରିପୋର୍ଟ ଅନୁସାରେ ମଙ୍ଗଳବାର ଭୋର 3ଟା 30 ସମୟରେ ନିୟନ୍ତ୍ରଣ ରେଖା ପାର କରି ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିଛି । ଏଥିରେ ପାଖାପାଖି ୨୫୦ରୁ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ରିପୋର୍ଟ ମିଳିଛି ।

ତେବେ ଏହି ଆକ୍ରମଣରେ ସାରା ଦେଶ ଉତ୍ସବମୁଖର ହୋଇଛି । ସାରା ଦେଶରେ ଭାରତ ପ୍ରତିଶୋଧ ନେଇଛି ବୋଲି ଚର୍ଚ୍ଚା ଚାଲିଛି । ସୋସିଆଲ ମିଡିଆ ଠାରୁ ରାଜରାସ୍ତା ପର୍ଯ୍ୟନ୍ତ ସବୁ ଜାଗାରେ ଜନତା ଉଲ୍ଲସିତ ହୋଇଛନ୍ତି । ଯବାନଙ୍କ ମୃତ୍ୟୁରେ ଦୁଃଖିତ ଥିବା ଜନତା ଏବେ ଆତ୍ମସନ୍ତୋଷ ପାଇଛନ୍ତି । ଏପରି ଲାଗୁଛି ଯେପରି ବହୁତ ଦିନର ମନସ୍କାମନା ପୂର୍ଣ୍ଣ ହୋଇଛି । ଏପରି ଦୃଶ୍ୟ ଆଜି ରାଜସ୍ଥାନରେ ଦେଖିବାକୁ ମିଳିଛି ।

ଏଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଜନସଭାକୁ ସମ୍ୱୋଧିତ କରୁଥିବାବେଳେ ବାୟୁସେନାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏହାସହ ସେ ଲୋକଙ୍କ ଭିତରେ ଥିବା ଖୁସିକୁ ମଧ୍ୟ ଉପଲବ୍ଧି କରିପାରିଥିଲେ । ଭାରତ ପ୍ରତିଶୋଧ ନେଇଥିବାରୁ ଆଜି ସଭାରେ ସମସ୍ତେ ବେଶ ଖୁସି ଥିବା ନଜର ଆସିଥିଲା । ସମସ୍ତଙ୍କ ଭିତରେ ଏକ ଅଲଗା ଜୋସ ନଜର ଆସିଥିଲା । ଏହି ଅବସରରେ ମୋଦି ନିଜ ଭାଷଣ ଆରମ୍ଭ ସମୟରେ କହିଥିଲେ, "ଆଜି ଆପଣଙ୍କ ମିଜାଜ କିଛି ଅଲଗା ଲାଗୁଛି" । ଆଉ ଯାହା ଶୁଣି ଲୋକେ ଖୁବ ଜୋରରେ ଚିଲ୍ଲାଇଥିଲେ ।

ଏହାପରେ ମୋଦି ସମସ୍ତଙ୍କୁ ଏକ ସ୍ୱରରେ ତାଙ୍କ ସହ ଭାରତ ମାତା କି ଜୟ କହିବାକୁ ଆହ୍ୱାନ ଦେଇଥିଲେ । କିନ୍ତୁ ପ୍ରଥମେ ଲୋକେ ଧିରେ କହିବାରୁ ମୋଦି ନିରାଶ ହୋଇ କହିଥିଲେ ଆୱାଜ । ଆଉ ଏହାପରେ ପୁଣି ଥରେ ଭାରତ ମାତା କି କହିଥିଲେ । ଏଥର ଲୋକେ କିନ୍ତୁ ବେଶ ଉତ୍ସାହ ସହକାରେ ଜୋରରେ ଚିଲ୍ଲାଇଥିଲେ ଜୟ ।

ABOUT THE AUTHOR

...view details