ହାଇଦ୍ରାବାଦ: କୋରୋନା ଭାଇରସକୁ ନେଇ ସାରା ବିଶ୍ବର ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି ଲୋକମାନେ ଘରେ ରୁହନ୍ତୁ । ଅତି ଜରୁରୀ ନହେଲେ ବାହାରକୁ ବାହାରନ୍ତୁ ନାହିଁ । ବିଶେଷଜ୍ଞଙ୍କ ପରାମର୍ଶକୁ ଦେଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାରା ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଲୋକଙ୍କୁ ଘରେ ଅଧିକ ସମୟ ରହିବା ପାଇଁ ଅପିଲ କରୁଛନ୍ତି । କିନ୍ତୁ ସୋମବାର ଦେଶର ଅନେକ ବଡ ବଡ ସହରରେ ଜନତା ଲକଡାଉନର ଉଲଘଂନ କରି ବାହାରକୁ ବାହାରିଥିଲେ । ଆଜି (ସୋମବାର) ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ରାଷ୍ଚ୍ରକୁ ସମ୍ବୋଧନ କରିବେ । ଗୋଚିଏ ସପ୍ତାହରେ ପ୍ରଧାନମନ୍ତ୍ରୀଙ୍କ ଦୁଇଥର ଜାତିକୁ ସମ୍ବୋଧନ ନିଶ୍ଚିତ ଭାବେ ଅନେକ ଗୁରୁତ୍ବବହନ କରୁଛି । ପ୍ରଶ୍ନ ଉଠୁଛି କଣ ମୋଦି ସମ୍ବୋଧନରେ କିଛି କଡା ସନ୍ଦେହ ଦେବେ କି ?
କୋରୋନା ଭାଇରସର ବ୍ୟାପକତାକୁ ଦେଖି ଦେଶର ପଞ୍ଜାବ, ରାଜସ୍ଥାନ, କେରଳ, ମହାରାଷ୍ଟ୍ର, ଦିଲ୍ଲୀ, ଆନ୍ଧ୍ର, ତେଲେଙ୍ଗାନା, ଓଡିଶା, ୟୁପି, ହିମାଚଳ ସମେତ 30 ରାଜ୍ୟ ବର୍ତ୍ତମାନ ସୁଦ୍ଧା ଲକଡାଉନ ଘୋଷିତ ହୋଇସାରିଛି । ଏହାବାଦ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟ ଏଥିରେ ସାମିଲ ଅଛି । କିନ୍ତୁ ଜନତାଙ୍କୁ ଯେମିତି ଏହା କୌଣସି ଫରକ ପଡୁନାହିଁ । ଯାହା ସୋମବାର ଘଟଣାରୁ ସ୍ପଷ୍ଟ । ଏହାକୁ ଦେଖି ନିଜେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି କ୍ଷୋଭ ପ୍ରକାଶ କରିବା ସହ ସରକାରଙ୍କୁ ସହଯୋଗ ପାଇଁ ନିବେଦନ କରିଥିଲେ ।
ଯେକୌଣସି ମତେ କରୋନାକୁ ଅଧିକ ସଂକ୍ରମିତ ପୂର୍ବରୁ ରୋକିବା ପାଇଁ କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି । ଏହାବାଦ ରାଜ୍ୟ ସରକାର ମାନେ ମଧ୍ୟ ସମସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏପରି ସ୍ଥଳେ ପିଏମଓ( ପ୍ରଧାନମନ୍ତ୍ରୀ)ଙ୍କ କାର୍ଯ୍ୟାଳୟ ପୁରା 24 ଘଣ୍ଟା କାର୍ଯ୍ୟ କରୁଛି । ହେଲେ ଦେଶର ଜନତା ଯେମିତି ସବୁ ସରକାରଙ୍କ ଉପରେ ଛାଡି ଦେଇ ନାଗରିକ ଦାୟିତ୍ବ ଭୁଲିଯାଇଛନ୍ତି ।