ନୂଆଦିଲ୍ଲୀ: ପୂର୍ବ ଲଦାଖ ଗଲୱାନ ଘାଟିରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାକୁ ନେଇ ମୁହଁ ଖାଲିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ସୋମବାର ମନମୋହନ ସିଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଭଳି ସମୟରେ ଏକଜୁଟ ହୋଇ ଚୀନ ଦୁଃସାହସର କଡା ଜବାବ ଦେବାକୁ ନିବେଦନ କରିଛନ୍ତି ।
କଂଗ୍ରେସର ବରିଷ୍ଠ ନେତା ଏକ ବିବୃତ୍ତିରେ କହିଛନ୍ତି ଯେ, ଗତ ଜୁନ 15ରେ ଲଦାଖର ଗଲୱାନ ଘାଟିରେ ଭାରତ ଚୀନ ମୁହାଁମୁହିଁ ଘଟଣାରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଦେଶ ପାଇଁ ନିଜ ଜୀବନ ବଳିଦାନ ଦେଇଥିବା ବିରପୁତ୍ରଙ୍କର ବଳିଦାନ ବୃଥା ନଯିବା ଦରକାର ।
ପୂର୍ବତନ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ସରକାରଙ୍କ ନିଷ୍ପତ୍ତି ଏବଂ ପଦକ୍ଷେପ ଭବିଷ୍ୟତ ପିଢି ପାଇଁ ଏକ ଉଦାହରଣ ହେବ । ତେବେ ଯେଉଁମାନେ ଦେଶକୁ ଆଗେଇ ନେଇଛନ୍ତି ସେମାନଙ୍କ କାନ୍ଧରେ ଏକ ଗୁରୁତ୍ବପୂର୍ଣ ଦାୟିତ୍ବ ଅଛି । ଆମର ଗଣତନ୍ତ୍ରରେ ଏହା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ବ ।